ଅପରେସନ ସ୍ମାଇଲ-୨: ନିଖୋଜ ଶିଶୁଙ୍କ ଉଦ୍ଧାର ଲାଗି ୧୬ରୁ ୧୦ଟି ରାଜ୍ୟକୁ ଯିବ କ୍ରାଇମବ୍ରାଞ୍ଚ ଟିମ୍

କଟକ: ନିଖୋଜ ଶିଶୁମାନଙ୍କୁ ଖୋଜିବା ପାଇଁ ଦେଶବ୍ୟାପୀ ଚାଲିଥିବା ଅପରେସନ ସ୍ମାଇଲର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲି ଶେଷ ହେବ। ଏହି ପର୍ଯ୍ୟାୟରେ ଓଡିଶାର ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଉଦ୍ଧାର କରାଯାଇ ତାଙ୍କ ପରିବାର ପାଖକୁ ଫେରାଇ ଆଣିବାକୁ କ୍ରାଇମବ୍ରାଞ୍ଚ ସଫଳ ହୋଇଛି। ତେବେ ବହୁ ନିଖୋଜ ଶିଶୁ ରାଜ୍ୟ ବହାରେ ଥିବା ଜଣାପଡିଛି। ଏହି ଶିଶୁମାନଙ୍କୁ ଉଦ୍ଧାର କରିବାକୁ ୧୦ଟି ରାଜ୍ୟକୁ କ୍ରାଇମବ୍ରାଞ୍ଚ ଟିମ୍ ଯିବ। ଆସନ୍ତା ୧୬ ତାରିଖରୁ ଏହି ଟିମ୍ ଯିବେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି।

ଗୁରୁବାର ଅପରେସନ ସ୍ମାଇଲ-୨ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ୧୫ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଓଡିଶା ପୋଲିସ ରାଜ୍ୟ ମଧ୍ୟରେ ନିଖୋଜ ହୋଇଯାଇଥିବା ୬୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି। ସମ୍ୱଲପୁର ଜିଲ୍ଲାରୁ ୨୦ ଓ ମୟୂରଭଞ୍ଜରୁ ୯ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ସବୁ ଜିଲ୍ଲାରୁ ତଥ୍ୟ ଆସିବା ପରେ ଉଦ୍ଧାର ଶିଶୁଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ଅପରେସନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ, କିଛିଦିନ ତଳେ ଦାଦନ ଖଟିବାକୁ ଚେନ୍ନାଇ ନିଆଯାଉଥିବା ୨୪ଜଣ ଶିଶୁଙ୍କୁ ଗଜପତି ଏସପି ଉଦ୍ଧାର କରିଥିଲେ। ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗରୁ ଜମ୍ମୁ-କାଶ୍ମୀରର ଜଣେ ଶିଶୁକୁ ଉଦ୍ଧାର କରାଯାଇଥିଲା।

ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତବର୍ଷ ଅପରେସନ ସ୍ମାଇଲ ଆରମ୍ଭ କରାଯାଇଥିଲା। ଚଳିତବର୍ଷ ଏହାକୁ ଅପରେସନ ସ୍ମାଇଲ-୨ ନାମ ଦିଆଯାଇଛି। ଚଳିତମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଭିତରେ ଓ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବାହାରକୁ ଯାଇ ନିଖୋଜ ଓଡିଆ ଶିଶୁଙ୍କୁ ଖୋଜାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସହଯୋଗରେ କରାଯାଉଥିବା ଏହି ଅପରେସନ ନେଇ ଗତ ଡିସେମ୍ୱର ୩୦ ତାରିଖରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚରେ ତାଲିମ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି