ଭୁବନେଶ୍ୱରରେ ଆଇଆଇଏଫ୍‌ଟି ଲାଗି ମାଗଣା ଜମି ଦେବାକୁ ଅପରାଜିତାଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ ଟ୍ରେଡ୍‌ (IIFT) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଭିତ୍ତିଭୂମିର ବିକାଶ ଲାଗି ୫କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏନେଇ ଗତ ୩ ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍‌ ଯୋଗେ ସୂଚନା […]

aparajita-2..

aparajita-2..

Tapaswini Nayak
  • Published: Sunday, 07 July 2019
  • Updated: 07 July 2019, 08:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ ଟ୍ରେଡ୍‌ (IIFT) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଭିତ୍ତିଭୂମିର ବିକାଶ ଲାଗି ୫କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଏନେଇ ଗତ ୩ ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ଅନୁରୋଧ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାଜ୍ୟରେ ଶିକ୍ଷାର ବିକାଶ ହେବାସହ ରୋଜଗାର ସୁବିଧା ବଢିବ ବୋଲି ଅପରାଜିତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos