ଓପିଏଲ୍‌ରେ ଏଟି ଟଙ୍କା ପ୍ରସଙ୍ଗ: ଇଡିରେ ହାଜର ହୋଇ ହିସାବ ଦେଲେ ଆର୍ଶୀବାଦ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ସହ ଓପିଏଲ୍‌ ଲିଙ୍କକୁ ନେଇ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରା ପ୍ରଥମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଅର୍ଥ କାରବାର ନେଇ ଆର୍ଶୀବାଦଙ୍କ ସମେତ ଓସିଏର ୪ ଜଣ କର୍ମଚାରୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। “ଏଟି ପକ୍ଷରୁ ଦିଆଯାଇଥିବା ୧ କୋଟି ଟଙ୍କାର ହିସାବ ଇଡି ମାଗିଥିଲେ, ମୁଁ ଦେଇଛି” ବୋଲି ଆର୍ଶୀବାଦ ଜେରା ପରେ କହିଛନ୍ତି। ଆର୍ଶୀବାଦଙ୍କ ସହ ଓସିଏ ଯୁଗ୍ମ […]

Ashirbad-Behera

Ashirbad-Behera

Rakesh Mallick
  • Published: Monday, 22 February 2016
  • Updated: 22 February 2016, 01:59 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ସହ ଓପିଏଲ୍‌ ଲିଙ୍କକୁ ନେଇ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରା ପ୍ରଥମ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଅର୍ଥ କାରବାର ନେଇ ଆର୍ଶୀବାଦଙ୍କ ସମେତ ଓସିଏର ୪ ଜଣ କର୍ମଚାରୀଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। “ଏଟି ପକ୍ଷରୁ ଦିଆଯାଇଥିବା ୧ କୋଟି ଟଙ୍କାର ହିସାବ ଇଡି ମାଗିଥିଲେ, ମୁଁ ଦେଇଛି” ବୋଲି ଆର୍ଶୀବାଦ ଜେରା ପରେ କହିଛନ୍ତି।

ଆର୍ଶୀବାଦଙ୍କ ସହ ଓସିଏ ଯୁଗ୍ମ ସମ୍ପାଦକ ସନ୍ଦୀପ ଦତ୍ତ, ଆକାଉଣ୍ଟାଣ୍ଟ ବସନ୍ତ ସ୍ୱାଇଁ, କ୍ୟାସିୟର ଏମ୍‌.ଏ. ଆହାଦ୍‌ଙ୍କୁ ମଧ୍ୟ ଇଡି ଜେରା କରିଛି। ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱର ଏଟି-ଲିଙ୍କ ନେଇ ଆର୍ଶୀବାଦ ପୂର୍ବରୁ ୫ ଥର ସିବିଆଇରେ ହାଜର ହୋଇଥିଲେ।

ଆର୍ଶୀବାଦ କହିଛନ୍ତି, “ଏଟିଠାରୁ ପାଇଥିବା ୧ କୋଟି ଟଙ୍କାର ହିସାବ ଇଡିକୁ ଦେଇଛି। ୭୫ ଲକ୍ଷ ଟଙ୍କା ଓଡ଼ିଶା ରଣଜୀ ଟିମ୍‌ ଓ ତତ୍‌କାଳୀନ ରଣଜୀ କୋଚ୍‌ ମାଇକେଲ୍‌ ବେଭାନ୍‌ଙ୍କ ବାବଦକୁ ଖର୍ଚ୍ଚ ହୋଇଛି। ବଳକା ୨୫ ଲକ୍ଷ ଓପିଏଲ୍‌ ବାବଦରେ ଖର୍ଚ୍ଚ ହୋଇଥିବା ଜେରା ବେଳେ ଅଧିକାରୀଙ୍କୁ ଜଣାଇଛି।”

୨୦୧୧ରେ ହୋଇଥିବା ଓଡ଼ିଶା ପ୍ରିମିୟର ଲିଗ୍‌ର ଅଫିସିଆଲ୍‌ ସ୍ପନସର ଥିଲା ଅର୍ଥତତ୍ତ୍ୱ। ଏ ବାବଦରେ ଏଟିଠାରୁ ମିଳିଥିବା ଖର୍ଚ୍ଚ ସମ୍ପର୍କିତ ସବୁ କାଗଜପତ୍ର ଆର୍ଶୀବାଦ ଇଡିକୁ ଦେଇଥିବା ଜଣାପଡିଛି। ବେଭାନ୍‌ଙ୍କୁ ୫୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଓପିଏଲରେ ଭାଗ ନେଇଥିବା ଖେଳାଳିଙ୍କ ଟ୍ରାକସୁଟରେ ଅର୍ଥତତ୍ତ୍ୱ ଲୋଗୋ ଓ ଅନ୍ୟ ବାବଦରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଏଟି ୧ କୋଟି ଟଙ୍କା ଦେଇଥିଲା ନାଁ ତା’ଠାରୁ ଅଧିକ ଅର୍ଥ ଓସିଏକୁ ଦେଇଥିଲା ସେ ନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ଓସିଏ ଦେଇଥିବା ହିସାବରେ ତାଳମେଳ ରହୁ ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story