ତେଜିଲା ଦୁଷ୍କର୍ମ ବିରୋଧୀ ନିଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଜିଲା ଦୁଷ୍କର୍ମ ବିରୋଧୀ ନିଆଁ।  ଶାଣିତ ହେଲା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ସ୍ୱର। ଗତ କିଛି ଦିନ ଧରି ଲଗାତାର ସାମ୍ନାକୁ ଆସୁଥିବା ଦୁଷ୍କର୍ମ ଏବଂ ନାରୀ ନିର୍ଯାତନା ଭଳି ସଂଗୀନ ମାମଲାର ପ୍ରତିବାଦରେ ଦେଖିବାକୁ ମିଳିଥିଲା ଆନ୍ଦୋଳନର ତାତି। ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସବୁ ପ୍ରସଙ୍ଗରେ ବିଧାନସଭା ଭିତରେ ବି ଦେଖାଦେଇଥିଲା ତୋମ୍ବିତୋଫାନ୍ । ତେବେ ଗୃହରେ […]

432

432

Tapas Behera
  • Published: Wednesday, 24 July 2019
  • Updated: 24 July 2019, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଜିଲା ଦୁଷ୍କର୍ମ ବିରୋଧୀ ନିଆଁ।  ଶାଣିତ ହେଲା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ସ୍ୱର। ଗତ କିଛି ଦିନ ଧରି ଲଗାତାର ସାମ୍ନାକୁ ଆସୁଥିବା ଦୁଷ୍କର୍ମ ଏବଂ ନାରୀ ନିର୍ଯାତନା ଭଳି ସଂଗୀନ ମାମଲାର ପ୍ରତିବାଦରେ ଦେଖିବାକୁ ମିଳିଥିଲା ଆନ୍ଦୋଳନର ତାତି। ଉଭୟ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସବୁ ପ୍ରସଙ୍ଗରେ ବିଧାନସଭା ଭିତରେ ବି ଦେଖାଦେଇଥିଲା ତୋମ୍ବିତୋଫାନ୍ । ତେବେ ଗୃହରେ ବିବୃତି ଦେଇ ରାଜ୍ୟରେ ଅପରାଧ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିବା କହିଛନ୍ତି ସଂସଦୀୟ ବ୍ୟାପାରମନ୍ତ୍ରୀ ।

ଆଶ୍ରା ଆଳରେ ଆଶ୍ରୟ ଗୃହରେ ନିର୍ଯାତନା ହେଉ କି ପ୍ରଲୋଭନ ଦେଖାଇ କଅଁଳ କଢ଼ିର ଇଜ୍ଜତ ଲୁଟ୍।  ସଭ୍ୟ ସମାଜକୁ ଲଜ୍ଜିତ କଲାଣି ଗୋଟିଏ ପରେ ଗୋଟିଏ ଲଜ୍ଜାଜନକ ଘଟଣା । ଅଣାୟତ ହୋଇପଡ଼ିଥିବା ଦୁଷ୍କର୍ମ ଏବଂ ଆଇନଶୃଙ୍ଖଳା ସ୍ଥିତି ବିରୋଧରେ ଗୃହ ଭିତରେ ଗର୍ଜନ କରିବା ପରେ ଆଜି ଗୃହ ବାହାରେ ଆକ୍ସନମୋଡ୍‌କୁ ଆସିଛନ୍ତି କଂଗ୍ରେସ ଓ ବିଜେପି। ଟ୍ୱିନ୍‌ସିଟି ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିବା ସହ ଭୟଙ୍କର ଆନ୍ଦୋଳନର ଚତାବନୀ ଦେଇଛି କଂଗ୍ରେସ । କଂଗ୍ରେସ ସହ ତାଳଦେଇ ବିଜେପି ମଧ୍ୟ ଦୁଷ୍କର୍ମ, ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛି।  ତା’ସହ ଅନୁଗୁଳରେ ମୃତକଙ୍କ ଆଖି ତାଡ଼ିବା, ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା ବିଜେପି।

ଏପଟେ ଆଜି ବି ଗୃହ ଭିତରେ ଦେଖିବାକୁ ମିଳିଥିଲା ତୋମ୍ବିତୋଫାନ୍ । ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟରେ ପୋଲିସ ଅଫିସର ବିଜେଡି ନେତାଙ୍କ ଚାଟୁକାର ସାଜିଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ଦୁର୍ଷ୍କମ ବଢୁଥିବାବେଳେ ଶିଶୁ ନିଖୋଜ ପଛରେ ଦେହ ବ୍ୟବସାୟ ନା ଅଙ୍ଗପ୍ରତ୍ୟଙ୍ଗ ବିକ୍ରି ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ସେ କରିଛନ୍ତି ସେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ପ୍ରତିଦିନ ୭ ଜଣ ଦୁଷ୍କର୍ମର ଶିକାର ହେଉଥିବା କହିବା ସହ ମନ୍ତ୍ରୀଙ୍କ ତଥ୍ୟ ବିଭ୍ରାନ୍ତିକର ବୋଲି କହିଥିଲେ।

ଆବଶ୍ୟକ ପଦକ୍ଷେପ ନନେଲେ ନାବାଳିକା ଦୁଷ୍କର୍ମ ମାମଲା ଏକ ବିପର୍ଯ୍ୟୟ ପାଲଟିବ ବୋଲି କହିଛନ୍ତି ନରସିଂହ।  ସେପଟେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଅଛି ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ।  ୨୦୧୯ ମେ ସୁଦ୍ଧା ୯୩୭ ଓ ୨୦୧୮ ମେ ସୁଦ୍ଧା ୯୯୬ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା । ଅର୍ଥାତ ଗତବର୍ଷ ଅପେକ୍ଷା ଏବର୍ଷ ୫. ୯ ଭାଗ ଦୁଷ୍କର୍ମ ମାମଲା ହ୍ରାସ ପାଇଛି ବୋଲି ବିବୃତି ରଖିଛନ୍ତି ମନ୍ତ୍ରୀ । ସେହିପରି ଭବାନୀପାଟଣା, ଅନୁଗୁଳ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲା ବିଜେପି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos