ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ବାବୁଙ୍କ ଲାଗି କୋହଳ ହେଲା ଲୋକାୟୁକ୍ତ ଆଇନ୍‌। ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା। ଲୋକାୟୁକ୍ତ ଆଇନର ଧାରା ୪୪ରେ ରାଜ୍ୟ ସରକାର ଏଭଳି ସଂଶୋଧନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହାଦ୍ୱାରା ସଂପତ୍ତି ଲୁଚାଇବା ଲାଗି ବାବୁଙ୍କୁ ସହଜ ହେବ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସ୍ୱଚ୍ଛତା କଥା କହୁଥିବା ସରକାର କ’ଣ ପାଇଁ ଲୋକପାଳ ଆଇନରେ ଏହି ସଂଶୋଧନ […]

k-11

k-11

Tapas Behera
  • Published: Monday, 05 August 2019
  • Updated: 05 August 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ବାବୁଙ୍କ ଲାଗି କୋହଳ ହେଲା ଲୋକାୟୁକ୍ତ ଆଇନ୍‌। ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା। ଲୋକାୟୁକ୍ତ ଆଇନର ଧାରା ୪୪ରେ ରାଜ୍ୟ ସରକାର ଏଭଳି ସଂଶୋଧନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହାଦ୍ୱାରା ସଂପତ୍ତି ଲୁଚାଇବା ଲାଗି ବାବୁଙ୍କୁ ସହଜ ହେବ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସ୍ୱଚ୍ଛତା କଥା କହୁଥିବା ସରକାର କ’ଣ ପାଇଁ ଲୋକପାଳ ଆଇନରେ ଏହି ସଂଶୋଧନ ଆଣିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।

ଓଡ଼ିଶା ଲୋକୟୁକ୍ତ ବିଲ୍‌ର ଧାରା ୪୪କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ବିଧାନସଭାରେ ଏହି ବିଲ୍ ପାରିତ ମଧ୍ୟ ହୋଇଛି। ଲୋକାୟୁକ୍ତ ଆଇନ ୨୦୧୪ର ଧାରା ୪୪ ଅନୁସାରେ ସରକାରୀ ଅଧିକାରୀଙ୍କୁ ନିଜର, ନିଜ ପତ୍ନୀ ଓ ନିର୍ଭରଶୀଳ ପିଲାଙ୍କ ସଂପତ୍ତି ତାଲିକା ଜୁଲାଇ ୩୧ ପୂର୍ବରୁ ଦାଖଲ କରିବାକୁ ପଡୁଥିଲା। ଆଉ ଅଗଷ୍ଟ ୩୧ ସୁଦ୍ଧା ଏହା ୱେବସାଇଟ୍‌ରେ ଉପଲବ୍ଧ ହେବାର ବ୍ୟବସ୍ଥା ରଖାଯାଇ ଥିଲା।

ହେଲେ କେନ୍ଦ୍ର ସରକାର ଲୋକପାଳ ଓ ଲୋକାୟୁକ୍ତ ଆଇନର ଧାରା ୪୪କୁ ଯେଭଳି ସଂଶୋଧନ କରିଛନ୍ତି, ରାଜ୍ୟ ସରକାର ମଧ୍ୟ ସେଇ ଢାଞ୍ଚାରେ ସଂଶୋଧନ କରଛନ୍ତି। ସେହିପରି ସରକାର ଖୁବ୍ ଶୀଘ୍ର ସଂପତ୍ତି ତାଲିକା ଦାଖଲ ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ମାତ୍ର କେବେ ସୁଦ୍ଧା ସଂପତ୍ତି ତାଲିକା ୱେବସାଇଟ୍‌ରେ ଉପଲବ୍ଧ ହେବ ତାହା ନିୟମାବଳୀରେ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos