ସେପ୍ଟେମ୍ବର ୨ରୁ କାର୍ଯ୍ୟକ୍ଷମ ହେବ ଓରେରା ଆପିଲେଟ୍ ଟ୍ରିବ୍ୟୁନାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓଡ଼ିଶା ରିଏଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ(ଓଆରଇଏଟି) ଗଠନ କରିବାର ଦେଢ଼ବର୍ଷ ବିତିଯିବା ପରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଆସନ୍ତା ସେପ୍ଟେମ୍ବର ୨ତାରିଖରୁ ଏହି ଆପିଲେଟ୍ ଟ୍ରିବ୍ୟୁନାଲ ତାଙ୍କର ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବେ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରିବ୍ୟୁନାଲ ଏବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଓ ଇ-ମେଲ୍ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ଆଦେଶଗୁଡ଼ିକ ଉପଲବ୍ଧ କରାଇବାକୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଓଡ଼ିଶା ରିଏଲ ଇଷ୍ଟେଟ୍ (ରେଗୁଲେସନ୍ ଆଣ୍ଡ ଡେଭଲପମେଣ୍ଟ) ଆଇନ-୨୦୧୬ର ବ୍ୟବସ୍ଥା ଅନୁସାରେ ଏହି ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ ନିମନ୍ତେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଦୃଷ୍ଟିରେ ରଖି ୨୦୧୯ ଫେବୃୟାରୀ ୨ତାରିଖରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ କରିଥିଲେ। ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ଓରେରା) ଦ୍ୱାରା ଦିଆଯାଉଥିବା ଆଦେଶ ଓ ନିର୍ଦ୍ଦେଶ ବିରୋଧରେ ଏହି ଆପିଲେଟରେ ଅଭିଯୋଗ କରାଯାଇପାରିବ। ରିଏଲ ଇଷ୍ଟେଟ୍ କ୍ଷେତ୍ରରେ ଅଭିବୃଦ୍ଧି ହେଉଥିବା ଇଷ୍ଟେଟ୍ ଡେଭଲପର ଓ ଘର କ୍ରେତାଙ୍କ ମଧ୍ୟରେ ବିଶ୍ୱସୀୟନତା ସମ୍ପର୍କ ରଖିବା ସହ ବ୍ୟବସାୟିକ ସୁସ୍ଥତା ଆଣିବାରେ ଏହି ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ସହାୟକ ହେବ। ଓଡ଼ିଶା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସସି ପରିଜାଙ୍କୁ ଅଧ୍ୟକ୍ଷ, ଟ୍ରିବ୍ୟୁନାଲ ସଦସ୍ୟ ଇଶାନ କୁମାର ଦାଶ ଓ ମଳୟ ଚାଟାର୍ଜୀ ଭାବେ ନିଯୁକ୍ତି ପାଇଛନ୍ତି। ଜିଲ୍ଲା ଜଜ୍ ପାହ୍ୟାର ଅଧିକାରୀ ଅଖିଳ କୁମାର ପଶ୍ଚିମକବାଟଙ୍କୁ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ଭାବେ ନିଯୁକ୍ତି ମିଳିଥିବାବେଳେ ୩୮ଟି ପଦବୀକୁ ମଧ୍ୟ ସରକାର ଅନୁମୋଦନ ଦେଇଛନ୍ତି। ତୋଷାଳୀ ଭବନଠାରେ ଏହି ଟ୍ରିବ୍ୟୁନାଲ ସ୍ଥାୟୀ ଭାବେ କାର୍ଯ୍ୟ କରିବ। ଏବେ ଅସ୍ଥାୟୀ ଭାବେ ଏହା ଫର୍ଚ୍ୟୁନ ଟାୱାରରେ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ

କରୋନା କବଳରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ, ଆରମ୍ଭ ହେଲା ପ୍ରଶାସନିକ ତତ୍ପରତା

କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ସୁସ୍ଥ ହେଲେ ୪୦୧୪

ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା