କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ପୁଣି ଝଟକା। ହାଇକୋର୍ଟରେ ସେ ଦାଖଲ କରିଥିବା ହେବିୟସ କର୍ପସ ଆବେଦନ ଆଜି ଖାରଜ ହୋଇଛି। କଟକ ପ୍ରେସ୍ ଛକ ବୋମା ମାଡ଼ ଓ ପାରାଦୀପ ତାରିଣୀଗ଼ଡ଼ା ଗୁଳିକାଣ୍ଡ ମାମଲାରେ ସେ ଜେଲରେ ଅଛନ୍ତି। ତେବେ ଏହି ମାମଲାରେ ତାଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଥିବା ଅଭିଯୋଗ କରି, ମହିମାଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ହେବିୟସ କର୍ପସ ଆବେଦନ କରାଯାଇଥିଲା। ହାଇକୋର୍ଟ ଆଜି ତାଙ୍କର ୨ଟି ଯାକ ହେବିୟସ କର୍ପସ ଆବେଦନକୁ ଖାରଜ କରି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।