ଆଜିଠୁ ବାହାର ଜିଲ୍ଲା ଲୋକ ସ୍ୱର୍ଗଦ୍ୱାରରେ କରିପାରିବେ ଶବ ସତ୍କାର

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରାୟ ୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବସତ୍କାର କରିପାରିବେ । ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ ।  ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର କରାଯିବ ନଚେତ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ। ଏପ୍ରିଲ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗ ହୋଇଥିଲା ସେହି କଟକଣା ଆଜିଠୁ […]

puri  swargdwar

puri swargdwar

Niharika Rout
  • Published: Monday, 16 August 2021
  • Updated: 16 August 2021, 09:37 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରାୟ ୪ ମାସ ପରେ ଆଜିଠୁ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରର ଲୋକ ବି ନିଜ ଆତ୍ମୀୟଙ୍କ ଶବସତ୍କାର କରିପାରିବେ । ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ ନେଗେଟିଭ ବ୍ୟକ୍ତିଙ୍କର ଶବ ସତ୍କାର କରାଯାଇପାରିବ ।  ଏଥିସହ ସମ୍ପୂର୍ଣ୍ଣ  କୋଭିଡ୍ କଟକଣାରେ  ଶବ ସତ୍କାର କରାଯିବ ନଚେତ ଅନୁମତି ପ୍ରତ୍ୟାହାର କରି ନିଆଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ।

ଏପ୍ରିଲ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗ ହୋଇଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି । ପୁରୀ ଜିଲ୍ଲା ବାହାର ଶବସତ୍କାର ଉପରେ ଲାଗିଥିବା କଟକଣା ଉଠିଛି ।

ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା । ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ ଆଧାରରେ ଶବ ସତ୍କାର ହେବ । ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରାଯାଇପାରିବ।

ଶନିବାର ଓ ରବିବାର  ଶଟଡାଉନ୍‌  ସମୟରେ ମଧ୍ୟ ଶବଦାହ କରାଯାଇପାରିବେ  । ହେଲେ ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ ନ କଲେ ପୁର୍ନବାର କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos