ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ପର୍ଯ୍ୟଟକ ଘାଇଲା ହୋଇଛନ୍ତି। ୧୫ରୁ ଅଧିକ ପର୍ଯ୍ୟଟକ ମହୁମାଛି କାମୁଡ଼ାରେ ଆହତ ହୋଇଛନ୍ତି। ଅହତକ ଭିତରେ କେତେକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି।

ବଣମଣିଷ ଏନ୍‌କ୍ଲୋଜର ପାଖାପାଖି ଅଞ୍ଚଳରେ ଏକ ଗଛରେ ମହୁଫେଣାଟି ଥିଲା। କୌଣସି କାରଣ ହଠାତ୍ ମହୁ ମାଛିମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ପର୍ଯ୍ୟଟକମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଦୌଡ଼ି ଥିଲେ। ଆଉ କିଏ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଇଛନ୍ତି।

ମହୁ ମାଛି ଆକ୍ରମଣରେ ୧୫ ନୁହେଁ, ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।