ମେଡିକାଲ୍‌ ଚଟାଣରେ ଚିକିତ୍ସିତ ହେଉଛନ୍ତି ଶିଶୁ

ଜୟପୁର(ଟି.ଗୌରୀଶଙ୍କର): ଶିଶୁଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ବେଡ୍‌ ନାହିଁ। ତେଣୁ ଚଟାଣରେ ଚିକିତ୍ସିତ ହେଉଛନ୍ତି ଛୋଟ ଛୋଟ ପିଲା। ଆଜି ଏପରି ଚିତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରରେ ଦେଖିବାକୁ ମିଳିଛି।

ଜୟପୁର ଆଖପାଖ ଅଞ୍ଚଳରେ ବ୍ୟାପୁଛି ଭାଇରାଲ ଡାଇରିଆ। ଛୋଟ ଛୋଟ ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଫଳରେ ପିଲାମାନଙ୍କୁ ପତଳା ଝାଡ଼ା ହେବା ସହିତ ବାନ୍ତି କରୁଛନ୍ତି। ଗତ ୩ ଦିନ ଧରି ଏହି ରୋଗରେ ଆକ୍ରାନ୍ତ ହୋଇ ପିଲାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି। ଗୁରୁବାର ୨୦ରୁ ଅଧିକ ପିଲା ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ମାତ୍ର ମେଡିକାଲ୍‌ରେ ଆବଶ୍ୟକ ସଂଖ୍ୟକ ବେଡ୍‌ ନଥିବାରୁ ପିଲାମାନଙ୍କୁ ଚଟାଣରେ ଶୁଆଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।