ଜୋର ଧରିଲା କେନ୍ଦ୍ରାପଡ଼ା ଧାନ କିଣା ଦୁର୍ନୀତି, ବିଧାନସଭାରେ ଉଠିଲା ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତିକୁ ନେଇ ବିଧାନସଭାରେ ହଙ୍ଗାମା। ଧାନକିଣା ଦୁର୍ନୀତିରେ ସଂପୃକ୍ତ ବିଜେଡି ନେତାଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ କରି ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଥିଲେ। ଆଜି ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଗୃହରେ ହୋହଲ୍ଲା […]

paddy croft

paddy croft

Rakesh Mallick
  • Published: Friday, 13 April 2018
  • Updated: 13 April 2018, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ଧାନକିଣା ଦୁର୍ନୀତିକୁ ନେଇ ବିଧାନସଭାରେ ହଙ୍ଗାମା। ଧାନକିଣା ଦୁର୍ନୀତିରେ ସଂପୃକ୍ତ ବିଜେଡି ନେତାଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ କରି ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣା ଦେଇଥିଲେ।

ଆଜି ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିଲେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ। ଫଳରେ ଗୃହକୁ ପ୍ରଥମେ ସଂଧ୍ୟା ୭ଟା ୧୦ରୁ ୫ ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ପରେ ପୁଣି ୧୫ ମିନିଟ୍ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ମାର୍କଫେଡ୍‌ ଦୁର୍ନୀତି ଓ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ସଂପୃକ୍ତି ଅଭିଯୋଗ ପ୍ରସଙ୍ଗକୁ ନେଇ ଜୋର ଧରୁଛି ପ୍ରତିବାଦ। ଆଜି ପଟ୍ଟାମୁଣ୍ଡାଇରେ ଶତାଧିକ କୃଷକ ଏହି ଦୁର୍ନୀତି ବିରୋଧରେ ନାରାବାଜି ଦେବା ସହ ଘଟଣାର ତୁରନ୍ତ ତଦନ୍ତ ଦାବି କରିଛନ୍ତି। ଏହି ଦାବି ନେଇ ଆଜି କୃଷକ ବିକାଶ ମଞ୍ଚର ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି।

ସେପଟେ ଆଜି ରାଜନଗର ତହସିଲ ସମ୍ମୁଖରେ ଶ୍ରମିକ ଓ କୃଷକ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ବିରୋଧରେ ନାରାବାଜି ଦେବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos