ଲଘୁଚାପ ବର୍ଷା ଯୋଗୁଁ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି

ଯାଜପୁର: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଯାଜପୁର ଜିଲ୍ଳାରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ବିଶେଷ କରି ଧର୍ମଶାଳା ବ୍ଲକରେ ଧାନ ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପନିପରିବା, ବିରି ସହ ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ମରୁଡ଼ିକୁ ସାମ୍ନା କରିବା ପରେ ଲଗାଣ ବର୍ଷାରେ ଫସଲ ନଷ୍ଟ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ସେପଟେ କ୍ଷୟକ୍ଷତିର ଅନୁଧ୍ୟାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ଥାନୀୟ ତହସିଲଦାର କହିଛନ୍ତି।