ରଥ ପରେ ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର

ବରଗଡ଼ (ଭୁବନେଶ୍ୱର) ରଥ ପରେ ବାହୁଡ଼ାରେ ବି ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ।  ବରଗଡ଼ ଜିଲ୍ଲା ପଦ୍ମପୁରରେ ବାହୁଡ଼ା ଯାତ୍ରା ବେଳେ ଘୁଗୁନି ବିକିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖନୀୟ ଯେ, ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁଗୁନି ବିକିଥିଲେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ । ହଳଧରଙ୍କ ସୁଆଦିଆ ଘୁଗୁନି ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ରଥଯାତ୍ରାରେ ହଳଧର ପାଖାପାଖି ୪ହଜାର ଟଙ୍କା ଆୟ କରିଥିବା ଜଣା […]

23

23

Tapas Behera
  • Published: Friday, 12 July 2019
  • Updated: 12 July 2019, 09:19 PM IST

Sports

Latest News

ବରଗଡ଼ (ଭୁବନେଶ୍ୱର) ରଥ ପରେ ବାହୁଡ଼ାରେ ବି ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ।  ବରଗଡ଼ ଜିଲ୍ଲା ପଦ୍ମପୁରରେ ବାହୁଡ଼ା ଯାତ୍ରା ବେଳେ ଘୁଗୁନି ବିକିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।

ଉଲ୍ଲେଖନୀୟ ଯେ, ରଥଯାତ୍ରା ଅବସରରେ ଘେଁସ୍ ସ୍ଥିତ ବାସଭବନରେ ଘୁଗୁନି ବିକିଥିଲେ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ । ହଳଧରଙ୍କ ସୁଆଦିଆ ଘୁଗୁନି ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ରଥଯାତ୍ରାରେ ହଳଧର ପାଖାପାଖି ୪ହଜାର ଟଙ୍କା ଆୟ କରିଥିବା ଜଣା ପଡିଛି ।

ହଳଧରଙ୍କ ଦ୍ୱାରା ପ୍ରସ୍ତୁତ ଘୁଗୁନି ସମ୍ପୂର୍ଣ୍ଣ ଦେଶୀ । ସେ ଏହି ଘୁଗୁନି ବଟା ମସଲା ଏବଂ ହଳଦି ବ୍ୟବହାର କରି କରିଥାନ୍ତି । ଯାହାକି  ସମସ୍ତଙ୍କର ପ୍ରିୟ ଖାଦ୍ୟ ପାଲଟି ଯାଇଛି । ସେ ଯେବେ ବି ଦୋକାନ ଖୋଲନ୍ତି ଗ୍ରାହକଙ୍କ ଭିଡ଼ ଜମିଥାଏ।

ଲୋକଗୀତ ଓ କବିତା ରଚନା ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଥିବା ହଳଧର କହିଛନ୍ତି, ସେ ଏହି ସମ୍ମାନ ପାଇଁ କୃତଜ୍ଞ। କିନ୍ତୁ ଏହା ପାଇବା ପରେ ତାଙ୍କୁ କେହି କାମ ଦେଉନଥିବାରୁ ତାଙ୍କ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ପଦ୍ମ ପୁରସ୍କାର ସହ ସରକାର କୌଣସି ଆର୍ଥିକ ସହାୟତା ଦେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହଳଧର। ହଳଧର ନାଗ ଓଡ଼ିଶାର ଜଣେ ପଦ୍ମଶ୍ରୀ ସମ୍ମାନିତ କବି ଓ ଲେଖକ । ସେ କୋଶଳି ଭାଷାରେ ସାହିତ୍ୟ ସର୍ଜନା କରି ପ୍ରାୟ ୩୩୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos