ପାଗଳିଙ୍କ ୨୧ ଦିନର ଶିଶୁପୁତ୍ରକୁ ହେପାଜତକୁ ନେଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ଜଣେ ପାଗଳିଙ୍କର ୨୧ଦିନର ଶିଶୁ ପୁତ୍ରକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ବୁଧବାର ଡାକ୍ତରଖାନାରୁ ଶିଶୁଟିକୁ ‘ସାହା’ ନାମକ ପୋଷ୍ୟ ସନ୍ତାନ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଖୁଟୁବାଇ ଅଞ୍ଚଳରେ ଜଣେ ପାଗଳି ଦୁଷ୍କର୍ମର ଶିକାର ହୋଇ ନିକଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ତାଙ୍କ ମାନସିକ ଭାରସାମ୍ୟ ଠିକ ନ ଥିବାରୁ ଶିଶୁଟିର […]

nabarangapur

nabarangapur

Rakesh Mallick
  • Published: Thursday, 31 December 2015
  • Updated: 31 December 2015, 06:03 AM IST

ନବରଙ୍ଗପୁର: ଜଣେ ପାଗଳିଙ୍କର ୨୧ଦିନର ଶିଶୁ ପୁତ୍ରକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ବୁଧବାର ଡାକ୍ତରଖାନାରୁ ଶିଶୁଟିକୁ ‘ସାହା’ ନାମକ ପୋଷ୍ୟ ସନ୍ତାନ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଖୁଟୁବାଇ ଅଞ୍ଚଳରେ ଜଣେ ପାଗଳି ଦୁଷ୍କର୍ମର ଶିକାର ହୋଇ ନିକଟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ତାଙ୍କ ମାନସିକ ଭାରସାମ୍ୟ ଠିକ ନ ଥିବାରୁ ଶିଶୁଟିର ଥଇଥାନ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ଗୁରୁତର ସହ ବିଚାର କରି ଶିଶୁ କଲ୍ୟାଣ କମିଟି ପିଲାଟିକୁ ନିଜ ହେପାଜତକୁ ନେଇଛି। ତେବେ ୬୦ଦିନ ମଧ୍ୟରେ ଶିଶୁର ମାଆ କିମ୍ୱା ପରିବାର ଲୋକେ ଚାହିଁଲେ ଶିଶୁଟିକୁ ଫେରାଇ ନେଇ ପାରିବେ ବୋଲି ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos