ପକ୍ଷୀ ଗଣନା ଶେଷ, ହ୍ରାସ ପାଇଛି ପକ୍ଷୀଙ୍କ ପ୍ରଜାତି ସଂଖ୍ୟା

ଭୁବନେଶ୍ୱର: ଚଳିତବର୍ଷ ଚିଲିକାରେ ବିଦେଶୀ ତଥା ଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଛି। କିନ୍ତୁ ପକ୍ଷୀଙ୍କ ପ୍ରଜାତି ସଂଖ୍ୟା ହ୍ରାସ ପାଇଛି। ପକ୍ଷୀଗଣନା ସରିବା ପରେ ଏହି ତଥ୍ୟ ଦେଇଛନ୍ତି ପିସିସିଏଫ୍ ୱାଇଲ୍ଡ ଲାଇଫ୍ କର୍ତ୍ତୃପକ୍ଷ। ଚଳିତବର୍ଷ ଚିଲିକାକୁ ୧୬୧ ପ୍ରଜାତିର ୮ ଲକ୍ଷ ୫୮ ହଜାର ୮୫୫ ପକ୍ଷୀ ଆସିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ୧୭୨ ପ୍ରଜାତିର ୭ ଲକ୍ଷ ୬୧ ହଜାର ପକ୍ଷୀ ଆସିଥିଲେ।

ସେହିଭଳି ହୀରାକୁଦ ଜଳଭଣ୍ଡାରକୁ ୬୦ ପ୍ରଜାତିର ୯୫ ହଜାର ୯୧୨, ଭିତରକନିକାକୁ ୮୭ ପ୍ରଜାତିର ୮୧ ହଜାର ୮୭୪ ପକ୍ଷୀ ଆସିଥିବା ବେଳେ ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳକୁ ୬୩ ପ୍ରଜାତିର ୨୪ ହଜାର ୪୮୨ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି ବୋଲି କହିଛନ୍ତି ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ୍. ଏସ୍. ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।