ଓଡ଼ିଶାରେ ରହିଯାଇଛି ପାକିସ୍ତାନୀ ପକ୍ଷୀ: ମଣିଷକୁ ଶିଖାଇ ଦେଲା ବନ୍ଧୁତାର ପରିଭାଷା

ଭାରତ ସହ ପାକିସ୍ତାନର କିପରି ସମ୍ପର୍କ ସେ ନେଇ ପୂରା ବିଶ୍ୱବାସୀ ଅବଗତ। ଦୁଇ ଦେଶ ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଛି। ସୀମାରେ ବର୍ଷ ତମାମ ହେଉଛି ଗୁଳି ବର୍ଷଣ। କେଉଁ ମୂହୁର୍ତ୍ତରେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବ ତାହା କେହି କହି ପାରିବେ ନାହିଁ। ଅବିଶ୍ୱସନୀୟତାର ଜାଲ ଭିତରେ ବାନ୍ଧି ହୋଇ ଯାଇଛନ୍ତି ଦୁଇ ଦେଶର ଲୋକ। ପୂରା ଅହିନକୁଳ ସମ୍ପର୍କ। ଏହାର ପରିମାଣ ସ୍ୱରୂପ ପ୍ରତିଦିନ ଦୁଇ ଦେଶର କେହି […]

bird 1

bird 1

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 01:55 PM IST

Sports

Latest News

ଭାରତ ସହ ପାକିସ୍ତାନର କିପରି ସମ୍ପର୍କ ସେ ନେଇ ପୂରା ବିଶ୍ୱବାସୀ ଅବଗତ। ଦୁଇ ଦେଶ ମଧ୍ୟରେ ତିକ୍ତତା ସବୁବେଳେ ଲାଗି ରହିଛି। ସୀମାରେ ବର୍ଷ ତମାମ ହେଉଛି ଗୁଳି ବର୍ଷଣ। କେଉଁ ମୂହୁର୍ତ୍ତରେ ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବ ତାହା କେହି କହି ପାରିବେ ନାହିଁ। ଅବିଶ୍ୱସନୀୟତାର ଜାଲ ଭିତରେ ବାନ୍ଧି ହୋଇ ଯାଇଛନ୍ତି ଦୁଇ ଦେଶର ଲୋକ। ପୂରା ଅହିନକୁଳ ସମ୍ପର୍କ। ଏହାର ପରିମାଣ ସ୍ୱରୂପ ପ୍ରତିଦିନ ଦୁଇ ଦେଶର କେହି ନା କେହି ଯବାନ ସହିଦ୍ ହୋଇଥାନ୍ତି। ଏହା ହେଉଛି ଦୁଇ ପଡେ଼ାଶୀ ଦେଶର ମଣିଷ ଭିତରର ସମ୍ପର୍କ। ତେବେ ଏହି ଅବିଶ୍ୱସନୀୟତାର ଜାଲରୁ ବାହାରି ଆସିଛି ଏକ ପକ୍ଷୀ। ସୀମା ପାର ହୋଇ ଆସିଛି ସତ କିନ୍ତୁ ଗୁଳି ଗୋଟିଏ ବି ବାଜିନି ତା ଦେହରେ। ନା ଅଛି ମନରେ କପଟ ନା କୌଣସି ତିକ୍ତତା। ମୁକ୍ତ ଭାବେ ଉଡି ଉଡି ଚାଲି ଆସିଛି ଭାରତକୁ।

ପାକିସ୍ତାନ ପକ୍ଷୀଟି ଭାରତକୁ ଆସିଛି ସତ। କିନ୍ତୁ ବାଟବଣା ହୋଇଯାଇଛି ମଝି ବାଟରେ। କୋରାପୁଟ ଡିଭିଜନ ଅନ୍ତର୍ଗତ ସେମିଳିଗୁଡା ବନାଞ୍ଚଳରରେ ଗତକାଲି ଦେଖିବାକୁ ମିଳିଥିଲା ପ୍ରିଗ୍ରାଇନ୍ ଫ।ଲକନ ପ୍ରଜାତିର ବିରଳ ପକ୍ଷୀ।  ସୁନାବେଡ଼ା ଡିପି କ୍ୟାମ୍ପରେ ଆହତ ଅବସ୍ଥାରେ ପଡିଥିବା ଏହି ପକ୍ଷୀକୁ ବନ ବିଭାଗ ଉଦ୍ଧାର କରି ନନ୍ଦନକାନନ ପଠାଇ ଦେଇଛି। ପ୍ରିଗ୍ରାଇନ୍ ଫ।ଲକନ ବିଶ୍ୱର ସବୁଠାରୁ ତୀବ୍ର ଗତିଶୀଳ ଶିକାରୀ ପକ୍ଷୀ ।ସାଧାରଣତଃ ଏହି ପକ୍ଷୀମାନେ ବେଲୁଚିସ୍ଥାନ ଏବଂ ଦଷିଣ ପଶ୍ଚିମ ପାକିସ୍ତାନରେ ଦେଖା ଯାଇଥାନ୍ତି। ଏହି ପ୍ରଜାତିର ପକ୍ଷୀ ଶୀତ ଋତୁରେ ଭାରତ ଅଭିମୁଖେ ଆସିଥାନ୍ତି।

ପୂର୍ବରୁ ପାରା ଓ ନିର୍ଦ୍ଦିଷ୍ଟ କେତେକ ପକ୍ଷୀ ମାଧ୍ୟମରେ ଡ୍ରଗ୍ସ ଓ ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ପାକିସ୍ତାନ ପଠାଇଥିବାର ନଜିର ରହିଛି। ତେଣୁ ପାକିସ୍ତାନରୁ ଆସୁଥିବା ପକ୍ଷୀଙ୍କୁ ଦେଖି ଭାରତ ସନ୍ଦେହ ପ୍ରକାଶ କରିବା ସ୍ୱାଭାବିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos