ପାଲହାଇଟ୍ସ ଅଗ୍ନିକାଣ୍ଡ ଘଟଣା: ନାବାଳିକା ସହାୟିକାଙ୍କ ମୃତ୍ୟୁକୁ ନେଇ ସିଡବ୍ଲ୍ୟୁସିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ପାଲହାଇଟ୍ସ ମାଲିକଙ୍କ ଘରେ ଅଗ୍ନିକାଣ୍ଡ ଘଟଣାରେ ସିଡବ୍ଲ୍ୟୁସି ସଦସ୍ୟ ଖୋଳତାଡ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡରେ ପାଲହାଇଟ୍ସ ମାଲିକ ସତପାଲ ସିଂହଙ୍କ ସମେତ ୪ଜଣ ପରିବାର ସଦସ୍ୟ ଓ ଜଣେ ନାବାଳିକା ସହାୟିକାଙ୍କ ମୃତ୍ୟୁ ଘଟିଥିଲା।

ନାବାଳିକାକୁ ଘରୋଇ ସହାୟିକା ଭାବେ ରଖାଯିବା ନେଇ ସିଡବ୍ଲ୍ୟୁସି ଏହି ତଦନ୍ତ କରୁଛି। ଗତ ୩ ତାରିଖ ଭୋରରୁ ସତପାଲଙ୍କ ଲକ୍ଷ୍ମୀସାଗର ବୁଦ୍ଧେଶ୍ୱରୀ କଲୋନୀ ସ୍ଥିତ ଘରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଘରର ସହାୟିକା ଭାବେ କାକାମ କରୁତିବା ଖୁସି ଦାସଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।