ପାଲଲହଡ଼ା: ଅନୁଗୋଳ ପାଲଲହଡ଼ା ହସପିଟାଲରୁ କାନ୍ଧରେ ଶବବୁହା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଏସଡିଏମ୍ଓ ଡାକ୍ତର ପ୍ରତାପ ଚନ୍ଦ୍ର ମହାନ୍ତି ଓ ସିନିୟର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଜୁନିୟର ହସପିଟାଲ ମ୍ୟାନେଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ନିଲମ୍ବନ ସହ ସୁରକ୍ଷାକର୍ମୀ ନିରାକର ନାୟକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।
ଅନୁଗୋଳ ପେଚାମୁଣ୍ଡି ଗାଁର ଗତି ଧୀବରଙ୍କ ୫ ବର୍ଷର ଝିଅର ହସପିଟାଲରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହସପିଟାଲ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଯିବାରୁ ସେ ୧୫ କିଲୋମିଟର ଦୂରରେ ଥିବା ନିଜ ଗାଁରୁ କାନ୍ଧରେ ମୃତଦେହକୁ ବୋହି ନେଇ ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।