ଆଉ ବସିବନି ‘ପଲ୍ଲୀସଭା’: ଆଇନକୁ ବି ଫାଙ୍କିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶାସନରେ ଇତିହାସ ପାଲଟିବ ‘ପଲ୍ଲୀସଭା’। ଆଉ ପଲ୍ଲୀସଭା ବସିବ ନାହିଁ କିମ୍ବା ପଲ୍ଲୀସଭା ମାଧ୍ୟମରେ ଗାଁର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବାର୍ଷିକ ଯୋଜନା ପ୍ରସ୍ତୁତ ହେବନି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା-୬କୁ ଏହା ଖୋଲାଖୋଲି ଉଲ୍ଲଘଂନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଭବିଷ୍ୟତରେ ‘ପଲ୍ଲୀସଭା’ ମାଧ୍ୟମରେ ସାଧାରଣ ଲୋକଙ୍କୁ ସେମାନଙ୍କ ଅଞ୍ଚଳର ବିଭିନ୍ନ କାର୍ଯ୍ୟରେ ସାମିଲ କରିବେ ନାହିଁ ବୋଲି ଆଜି ପରୋକ୍ଷରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ […]

ds

ds

Hemant Lenka
  • Published: Tuesday, 19 November 2019
  • Updated: 19 November 2019, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଶାସନରେ ଇତିହାସ ପାଲଟିବ ‘ପଲ୍ଲୀସଭା’। ଆଉ ପଲ୍ଲୀସଭା ବସିବ ନାହିଁ କିମ୍ବା ପଲ୍ଲୀସଭା ମାଧ୍ୟମରେ ଗାଁର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବାର୍ଷିକ ଯୋଜନା ପ୍ରସ୍ତୁତ ହେବନି। ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା-୬କୁ ଏହା ଖୋଲାଖୋଲି ଉଲ୍ଲଘଂନ କରୁଥିଲେ ମଧ୍ୟ ରାଜ୍ୟ ସରକାର ଭବିଷ୍ୟତରେ ‘ପଲ୍ଲୀସଭା’ ମାଧ୍ୟମରେ ସାଧାରଣ ଲୋକଙ୍କୁ ସେମାନଙ୍କ ଅଞ୍ଚଳର ବିଭିନ୍ନ କାର୍ଯ୍ୟରେ ସାମିଲ କରିବେ ନାହିଁ ବୋଲି ଆଜି ପରୋକ୍ଷରେ ସ୍ପଷ୍ଟ କରିଛନ୍ତି।
ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ପଞ୍ଚାୟତ ଓ ବ୍ଲକଗୁଡ଼ିକୁ ଯେଉଁ ସରକାରୀ ଅନୁଦାନ ଦିଆଯାଉଥିଲା, ଉକ୍ତ ଅନୁଦାନରେ କାର୍ଯ୍ୟ କରିବା ପାଇଁ ଗ୍ରାମ ଶ୍ରମ ମୁଖିଆ(ଭିଏଲଏଲ) ପଲ୍ଲୀସଭା ମାଧ୍ୟମରେ ଚୟନ କରାଯାଉଥିଲା।

ମାତ୍ର ଏବେ ପଲ୍ଲୀସଭା ମାଧ୍ୟମରେ ଭିଏଲଏଲ୍ ଚୟନ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ କରିବା ପାଇଁ ଭିଏଲଏଲ୍ ଚୟନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଓ ବିଭିନ୍ନ ବାଧାବିଘ୍ନ ଯୋଗୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ କ୍ଷେତ୍ରରେ ଆଇନଗତ ସମସ୍ୟା ସୃଷ୍ଟି ହେଉଥିଲା ଓ ଜନସାଧାରଣ ଠିକ୍ ସମୟରେ ଉନ୍ନତିମୂଳକ କାର୍ଯ୍ୟର ସୁଫଳ ପାଇପାରୁନଥିଲେ। ଏହାବ୍ୟତୀତ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ଯୋଗୁ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ବିନିଯୋଗ ପତ୍ର ଯଥା ସମୟରେ ଓଡ଼ିଶା ମହାଲେଖାକାରଙ୍କ ନିକଟକୁ ପଠା ଯାଇପାରୁନଥିଲା।

ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଭିଏଲଲ୍ ମାଧ୍ୟମରେ କାର୍ଯ୍ୟ ନକରି ଅନ୍ୟୁନ ୧୦ଲକ୍ଷ ଟଙ୍କା ମଧ୍ୟରେ ବିଭାଗୀୟ ମତେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ସରକାରୀ କର୍ମଚାରୀ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବାରେ ସହାୟକ ହେବେ।

ବିଧାନସଭାରେ ମନ୍ତ୍ରୀଙ୍କ ଏହି ଲିଖିତ ଉତ୍ତର ପରୋକ୍ଷରେ ଗାଁ ଗହଳିରେ ବିକାଶ କାର୍ଯ୍ୟରେ ସେମାନଙ୍କର ଭାଗିଦାରୀ କ୍ଷମତାକୁ ସଙ୍କୁଚିତ କରାଇଛି। ପଲ୍ଲୀସଭା ମାଧ୍ୟମରେ ସାଧାରଣ ଲୋକମାନେ ନିଜ ଗାଁର ବିକାଶ ପ୍ରକ୍ରିୟାରେ ଭାଗିଦାରୀ ହେଉଥିବାବେଳେ ସେମାନଙ୍କର ଏହି ଅଧିକାର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଛି। ‘ଆମେ କରିବା ଆମ ଶାସନ’ର ସ୍ଲୋଗାନ ମାଧ୍ୟମରେ ସାଧାରଣ ଲୋକଙ୍କୁ ଶାସନ ବ୍ୟବସ୍ଥାରେ ସାମିଲ କରିବାର ଯେଉଁ ଲକ୍ଷ୍ୟ ଓଡ଼ିଶା ପଞ୍ଚାୟତ ଆଇନ-୧୯୬୪ର ଧାରା-୬ରେ ପ୍ରଣୟନ କରାଯାଇଥିଲା, ତାହା ମଧ୍ୟ ଏବେ ଭୂଲୁଣ୍ଠିତ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ପଞ୍ଚାୟତ ଆଇନ-୧୯୬୪ର ଧାରା-୬ ଅନ୍ତର୍ଗତ ଗାଁ ଗହଳିରେ ପଲ୍ଲୀସଭା ବସି ସେମାନଙ୍କ ଗାଁର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ବାର୍ଷିକ ବଜେଟ୍ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏବେ ପଲ୍ଲୀସଭା ବସିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହ ଉଚ୍ଛେଦ କରି ପ୍ରଶାସନିକ କଳ(ସରକାରୀ ଅଫିସର)କୁ ଅଧିକ କ୍ଷମତାସମ୍ପନ୍ନ କରିଥିବାରୁ ଗାଁ ଗହଳିରେ ଲୋକମାନେ ସେମାନଙ୍କ ଆଇନଗତ ଅଧିକାରକୁ ବଞ୍ôଚତ ହେବାକୁ ବାଧ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କୁ ବିଭିନ୍ନ ଠିକା କାମରେ ଆପାୟିତ କରିବା ପାଇଁ ରାଜ୍ୟ ସରକାର ଗତବର୍ଷ ଜୁଲାଇ ମାସରେ ଏକ ନୂଆ ଗାଇଡଲାଇନ୍ ଜାରି କରିଥିଲେ। ଗାଁ ଗହଳିରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ବିଭାଗୀୟ ଅଧିକାରୀମାନଙ୍କ ମାଧ୍ୟମରେ ସମ୍ପାଦିତ ହେବ ବୋଲି ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos