ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପୋଷ୍ଟର ରିଲିଜ୍‌

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଆଜି ବିଜେପି ପୋଷ୍ଟର ରିଲିଜ କରିଛି। ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ପୋଷ୍ଟର ବାହାର କରିଛି ବିଜେପି। ଯେଉଁଥିରେ ନଗଡ଼ା, ଦାନମାଝି ଓ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରମୁଖ ପ୍ରସଙ୍ଗ ରହିଛି।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“ଗାଁ ଲୋକେ ହତାସରେ ଥିବା ବେଳେ ବିଜେଡି ନେତାଙ୍କ ବିକାଶ ଘଟିଛି। ନବୀନ ଶାସନରେ ମହିଳାମାନେ ନିର୍ଯାତନାରେ ଶିକାର ହେଉଛନ୍ତି। ଏହାକୁ ପ୍ରସଙ୍ଗ କରି ଆମେ ପଞ୍ଚାୟତକୁ ଯିବୁ।”

କଂଗ୍ରେସ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ୨୨ଟି ଜିଲ୍ଲା ଗସ୍ତ କରି ମାରାଥନ୍‌ ପ୍ରଚାର କରୁଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଜେପି ଓ ବିଜେଡି ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ।”

ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେଡି ପଛରେ ନାହିଁ। ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ତାଲିକା ପ୍ରସ୍ତୁତି କରିଛି।