ପଞ୍ଚାୟତ ନିର୍ବାଚନ: ତିନି ପ୍ରମୁଖ ରାଜନୈତିକ ଦଳର ଜିଲ୍ଲାପରିଷଦ ପ୍ରାର୍ଥିପତ୍ରଙ୍କ ଦାଖଲ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କାନ ପତ୍ର ଦାଖଲ ଚାଲିଛି। ପ୍ରାର୍ଥିପତ୍ର ଦାଖଲର ଆଜି ତୃତୀୟ ଦିନ। ଆଜି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ପୁଇଁତଳା ବ୍ଲକର ବିଭିନ୍ନ ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡିରୁ ୫ ମହିଳା ଓ ୨ ପୁରୁଷ ପ୍ରାର୍ଥୀ ଏକାଠି ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶୋଭାଯାତ୍ରାରେ ଲୋଇସିଂହା ବିଧାୟକ ତଥା ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଏବଂ ବଲାଙ୍ଗିର ସାଂସଦ କଳିକେଶ ସିଂହଦେଓ ସେମାନଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଢେଙ୍କାନାଳ ପରଜଙ୍ଗ ଓ କଙ୍କଡାହାଡ ବ୍ଲକରୁ କଂଗ୍ରେସ ପକ୍ଷରୁ ୫ଟି ଜୋନ୍‌ ପାଇଁ ପ୍ରାର୍ଥୀ ଏକାଠି ଶୋଭାଯାତ୍ରାରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବୌଦ୍ଧ ଜିଲ୍ଲାର ୯ଟି ଜୋନ୍‌ରେ ବିଜେପି ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଚାଲିବ। ୧୮ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଜାନୁଆରୀ ୨୧ ରହିଛି।