ଦୁଇଟି ଜୀବନ ନେଲା ପରେ ବମିଖାଲ ଓଭରବ୍ରିଜ୍‌ରୁ ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ ଆଉଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦୁଇଟି ଜୀବନ ନେଲା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା। ଶେଷରେ ବମିଖାଲ ଓଭରବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ କାମରୁ ବାଦ ଦେବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ତେବେ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବା ପରେ ସଂସ୍ଥା ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ସେ କହିଛନ୍ତି-“ବ୍ଲକ ଲିଷ୍ଟେଡ୍‌ ଘୋଷଣା କରାଯାଇଥିଲେ ସତ୍ତ୍ୱେ ଠିକା ସଂସ୍ଥାକୁ […]

pandaproject

pandaproject

Rakesh Mallick
  • Published: Monday, 07 May 2018
  • Updated: 07 May 2018, 05:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦୁଇଟି ଜୀବନ ନେଲା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା। ଶେଷରେ ବମିଖାଲ ଓଭରବ୍ରିଜ୍ ନିର୍ମାଣ କରୁଥିବା ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟ କାମରୁ ବାଦ ଦେବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ତେବେ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବା ପରେ ସଂସ୍ଥା ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି।

ସେ କହିଛନ୍ତି-“ବ୍ଲକ ଲିଷ୍ଟେଡ୍‌ ଘୋଷଣା କରାଯାଇଥିଲେ ସତ୍ତ୍ୱେ ଠିକା ସଂସ୍ଥାକୁ କାମ କରିବାକୁ ଦିଆଯାଇଥିଲା। ମାତ୍ର ଠିକା ସଂସ୍ଥା ଠିକଣା ଭାବେ କାମ କରିନଥିଲା। ଯାହାଫଳରେ ପୁଣି ଦୁର୍ଘଟଣା ଘଟିଥିଲା। ଏହା ଅକ୍ଷମଣୀୟ। ସେଥିପାଇଁ ଉକ୍ତ ସଂସ୍ଥାକୁ କାମରୁ ବାଦ ଦିଆଯିବ। ବମିଖାଲ ଓଭରବ୍ରିଜର ବଳକା କାମ ଅନ୍ୟ ଠିକା ସଂସ୍ଥା ବା ଡିପାଟ୍‌ମେଣ୍ଟାଲି କରାଯିବ।”

ଗତ ୩ ତାରିଖ ରାତିରେ ନିର୍ମାଣାଧୀନ ବମିଖାଲ ଓଭର ବିଜ୍ରରେ ପୁଣି ଘଟିଥିଲା ଦୁର୍ଘଟଣା। ରଡ୍‌ ଭିତରେ ଚାପି ହୋଇ ରହିଥିଲେ ଦୁଇ ଶ୍ରମିକ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। କ୍ୟାପିଟାଲ୍‌ ହସ୍ପିଟାଲରେ ଜଣେ ଶ୍ରମିକଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସଂସ୍ଥାର ମୁଖ୍ୟ ଗିରଫ ହୋଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରାକୁ କାମରୁ ଅନ୍ତର କରିବାକୁ ରାଜ୍ୟ ସରକାର ସଚବାଜ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos