ନିଆଳି ପରି ବିଦେଶରେ ବି ଦେଖାଦେଇଛି ଅଜଣା ଜନ୍ତୁଙ୍କ ଆତଙ୍କ, କିନ୍ତୁ ଖୋଲି ପାରିନି ରହସ୍ୟ

ଭୁବନେଶ୍ୱର: ନିଆଳି ନୁହେଁ ବିଦେଶରେ ମଧ୍ୟ ମେଣ୍ଢାମାନଙ୍କୁ ଏଭଳି ରହସ୍ୟମୟ ଭାବେ ମରାଯାଇଛି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେମାନଙ୍କୁ କିଏ ମାରିଥିଲା ତାହା ସ୍ପଷ୍ଟ ହୋଇ ନାହିଁ। କେତେକ ସ୍ଥାନରେ ପୋଲିସ ଓ ମେଣ୍ଢାକୁ କୁକୁର ମାରିଥିବା ନେଇ ଦର୍ଶାଇଥିଲା। ୨୦୧୬ ଜାନୁଆରୀରେ ଦକ୍ଷିଣ ଆଫ୍ରିକାର ଦୁତ୍ୟା ଅଞ୍ଚଳରେ ରହସ୍ୟମୟ ଭାବେ ୬୦ରୁ ଅଧିକ ମେଣ୍ଢାକୁ ମାରିଦେଇଥିଲା ଏକ ଜନ୍ତୁ। ମେଣ୍ଢାମାନଙ୍କୁ ଗୁହାଳରେ ବନ୍ଧା ହୋଇଥିବା ଅବସ୍ଥାରେ ଜନ୍ତୁଟି ସେମାନଙ୍କ ଶିକାର କରିଥିଲା। […]

sheep-

sheep-

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 08:30 PM IST

ଭୁବନେଶ୍ୱର: ନିଆଳି ନୁହେଁ ବିଦେଶରେ ମଧ୍ୟ ମେଣ୍ଢାମାନଙ୍କୁ ଏଭଳି ରହସ୍ୟମୟ ଭାବେ ମରାଯାଇଛି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେମାନଙ୍କୁ କିଏ ମାରିଥିଲା ତାହା ସ୍ପଷ୍ଟ ହୋଇ ନାହିଁ। କେତେକ ସ୍ଥାନରେ ପୋଲିସ ଓ ମେଣ୍ଢାକୁ କୁକୁର ମାରିଥିବା ନେଇ ଦର୍ଶାଇଥିଲା।

୨୦୧୬ ଜାନୁଆରୀରେ ଦକ୍ଷିଣ ଆଫ୍ରିକାର ଦୁତ୍ୟା ଅଞ୍ଚଳରେ ରହସ୍ୟମୟ ଭାବେ ୬୦ରୁ ଅଧିକ ମେଣ୍ଢାକୁ ମାରିଦେଇଥିଲା ଏକ ଜନ୍ତୁ। ମେଣ୍ଢାମାନଙ୍କୁ ଗୁହାଳରେ ବନ୍ଧା ହୋଇଥିବା ଅବସ୍ଥାରେ ଜନ୍ତୁଟି ସେମାନଙ୍କ ଶିକାର କରିଥିଲା। ମାସକ ପରେ ପୁଣି ଥରେ ଆକ୍ରମଣ କରି ୧୦ଟି ମେଣ୍ଢାର ଜୀବନ ନେଇଥିଲା ସେହି ରହସ୍ୟମୟ ଜନ୍ତୁ।  ଏଥିପାଇଁ ଜୋରଦାର ଉଦ୍ୟମ ସତ୍ତ୍ୱେ ସନ୍ଧାନ ମିଳି ନ ଥିଲା।

ଚଳିତ ବର୍ଷ ମେ ମାସରେ କେନିଆର କିମ୍ନାଇ ଅଞ୍ଚଳରେ ୪୮ଟି ମେଣ୍ଢାକୁ ହତ୍ୟା କରିଥିଲା ଏକ ଜଙ୍ଗଲୀ ଜୀବ। ଜୀବଟି ମାସକ ଭିତରେ ୧୪୮ଟି ମେଣ୍ଢା ମାରିଥିବା ଜଣାପଡିଥିଲା। ଖୋଜା ଖୋଜି ପରେ କୁକୁର ଭଳି ଦେଖାଯାଉଥିବା ଏକ ଜୀବ ମେଣ୍ଢାଙ୍କ ଶିକାର କରିଥିବା ଜଣାପଡିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ସେହି ଜନ୍ତୁକୁ ଖୋଜି ମାରିଦେଇଥିଲେ। କିନ୍ତୁ ସିଏ ମେଣ୍ଢା ଶିକାର କରୁଥିବା ଜିବ ବୋଲି ଜଣାପଡ଼ିନି।

୨୦୧୬ ମାର୍ଚ୍ଚ ମାସରେ ଇଂଲଣ୍ଡର ସସେକ୍ସରେ ଜଣେ ଚାଷୀଙ୍କ ଜମିରେ ୧୧୬ଟି ମେଣ୍ଢାଙ୍କ ମୃତଦେହ ପଡିଥିଲା। ତେବେ ପରେ ତଦନ୍ତରୁ କୁକୁରମାନଙ୍କ ଯୋଗୁଁ ଏହି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା।

୨୦୧୪ ଜୁନ୍ ମାସରେ ନ୍ୟୁଜିଲାଣ୍ଡର ନର୍ଥ ଓଟାଗୋ ଅଞ୍ଚଳରେ ୨୧୫ଟି ମେଣ୍ଢାଙ୍କ ମୃତଦେହ ଗୋଟିଏ ସ୍ଥାନରେ ମିଳିଥିଲା। ତେବେ ଏମାନଙ୍କୁ କିଏ ମାରିଥିଲା ତାହା ସ୍ପଷ୍ଟ ହୋଇ ନ ଥିଲା। ଦୀର୍ଘ ୨ ବର୍ଷର ଅନୁସନ୍ଧାନ ପରେ ପୋଲିସ ମେଣ୍ଢାଙ୍କ ହତ୍ୟା ପାଇଁ ଦୁଇଟି ପୋଷା କୁକୁରକୁ ଦାୟୀ କରି ଫାଇଲ୍ ବନ୍ଦ କରିଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story