ପପୁଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲେ ମହିଳା

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଫେରାର ହାସ୍ୟ ଅଭିନେତା ପପୁ ପମପମଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜନୀତି ଜୋର ଧରୁଛି। ପପୁ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ ଦାବିରେ ଆଜି ଯାଜପୁରର ମହିଳା ସଂଗଠନ ନବ ଉତ୍କଳ ମହିଳା ସମିତି ରାସ୍ତାକୁ ଓହ୍ଲାଇଛି। ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ସେହିପରି  ପପୁଙ୍କ ଭୁବନେଶ୍ୱର ବାସଭବନ ପାଖ ଖଣ୍ଡଗିରି ଛକରେ ବିଜେପି ପକ୍ଷରୁ  ଆନ୍ଦୋଳନ କରାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ […]

jajpur

jajpur

Rakesh Mallick
  • Published: Wednesday, 29 June 2016
  • Updated: 29 June 2016, 05:23 PM IST

Sports

Latest News

ଭୁବନେଶ୍ୱର: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଫେରାର ହାସ୍ୟ ଅଭିନେତା ପପୁ ପମପମଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ରାଜନୀତି ଜୋର ଧରୁଛି। ପପୁ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ ଦାବିରେ ଆଜି ଯାଜପୁରର ମହିଳା ସଂଗଠନ ନବ ଉତ୍କଳ ମହିଳା ସମିତି ରାସ୍ତାକୁ ଓହ୍ଲାଇଛି। ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି। ସେହିପରି  ପପୁଙ୍କ ଭୁବନେଶ୍ୱର ବାସଭବନ ପାଖ ଖଣ୍ଡଗିରି ଛକରେ ବିଜେପି ପକ୍ଷରୁ  ଆନ୍ଦୋଳନ କରାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ନାବାଳିକା ନିର୍ଯାତନା ମାମଲାରେପପୁଙ୍କ ନାଁରେ ଏଫଆଇଆର ରେଜିଷ୍ଟ୍ରେସନ ହୋଇଛି। ପପୁଙ୍କୁ ଧରିବା ପାଇଁ  କମିଶନରେଟ୍  ପୋଲିସ ପକ୍ଷରୁ ଏକ ସ୍ପେଶାଲ  ଟିମ୍ ଗଠନ କରାଯାଇଛି।  ଜୋନ୍‌- ୱାନ୍ ଏସିପି ଓ ମହିଳା ଥାନା ଅଧିକାରୀ ଏହି ଦାୟିତ୍ୱ ନେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos