ସୁସ୍ଥ ହେଉଛନ୍ତି ପପୁ: ଜାଣନ୍ତୁ କେମିତି ଅଛି ଏବେ ତାଙ୍କ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଓଲିଉଡର କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ସୁସ୍ଥ ହେଉଛନ୍ତି। ଦୀର୍ଘଦିନ ପରେ ଆଜି ସେ ଆଇସିୟୁରୁ ବାହାରିଛନ୍ତି।  ଏବେବି ପପୁଙ୍କ ଚିକିତ୍ସା ଜାରି ରହିଛି। ୧୫ ଦିନ ଭିତରେ ପପୁ ସଂପୂର୍ଣ୍ଣ ସୁସ୍ଥ ହୋଇଯିବା ଆଶା କରାଯାଉଛି। ପପୁ ସୁସ୍ଥ ହେବା ନେଇ ଡାକ୍ତର ସୂଚନା ଦେଇଥିବା ପପୁଙ୍କ ସଂପର୍କୀୟ କହିଛନ୍ତି।

ସୂଚନାଯୋଗ୍ୟ ଯେ,  ପପୁ ସୁଟିଂ ସେଟ୍‌ରୁ ଫେରିବା ସମୟରେ ସେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ସୁଟିଂ ବେଳେ ବ୍ୟସ୍ତତା ଯୋଗୁଁ ପପୁ ସେଦିନ ମଧ୍ୟାହ୍ନ ଭୋଜନ କରିପାରି ନ ଥିଲେ। ସୁଟିଂ ଶେଷ ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ହଠାତ୍‌ ରାସ୍ତାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ସେ  (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ  ଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।  ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ପଠାଯାଇଛି। ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।