ପାରାଦୀପ ରିଫାଇନାରୀ ଲୋକାର୍ପଣକୁ ନେଇ ବିଜେଡି-ବିଜେପି ମଧ୍ୟର ବିବାଦ

ଭୁବନେଶ୍ୱର: ପ୍ରଥମେ ପାରାଦୀପ ରିଫାଇନାରୀ ପ୍ରତିଷ୍ଠାକୁ ନେଇ ଓ ଏବେ ଏହାର ଲୋକାର୍ପଣ ଶ୍ରେୟ ନେବାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଲାଗି ରହିଛି। ପ୍ରସବ ନ କରି ମାତୃତ୍ୱ ଦାବି ହାସ୍ୟାଷ୍ପଦ ବୋଲି ବିଜେପି କହିଥିବା ବେଳେ ବିଜେଡି ଏହାର କଡ଼ା ଜବାବ ରଖିଛି।

କିଛିମାସ ପୂର୍ବେ ଜାତୀୟ ରାଜପଥ ଉଦଘାଟନ ବେଳେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆସନ୍ତା ଫେବୃୟାରୀ ୭ରେ ପାରାଦୀପ ରିଫାଇନାରୀ ଲୋକାର୍ପଣ ହେବ। ଏପରି ସ୍ଥିତିରେ ଜାତୀୟ ପ୍ରକଳ୍ପର ଲୋକାପର୍ଣର ବାହାବା ପାଇଁ ଯେମିତି ଦୁଇଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆଇଓସିଲର ପ୍ରଚାର ଗାଡିରେ କେନ୍ଦ୍ରୀୟ ଯୋଜନାର ପ୍ରଚାରକୁ ବିଜେଡି ବିରୋଧ କରିବା ସହ ଲୋକାର୍ପଣର ବାହାବା ପାଇଁ ଯେମିତି ଦୁଇଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆଇଓସିଲର ପ୍ରଚାର ଗାଡ଼ିରେ କେନ୍ଦ୍ରୀୟ ଯୋଜନାର ପ୍ରଚାରକୁ ବିଜେଡି ବିରୋଧ କରିବା ସହ ଲୋକାର୍ପଣ ଉତ୍ସବରେ ଅଧିକ ଦଳୀୟ ଲୋକଙ୍କୁ ନେବା ପାଇଁ ଯୋଜନା କରୁଛି। ତେବେ ବିଜେପି କହିଛି, ବାଜପେୟୀ ରିଫାଇନାରୀ ଶିଳାନ୍ୟାସ କରିଥିବାରୁ ଶ୍ରେୟ କେନ୍ଦ୍ରର। ପ୍ରସବ ନ କରି ମାତୃତ୍ୱ ଦାବି କରିବା ହାସ୍ୟାସ୍ପଦ କହି ଦଳ ବିଜେଡିକୁ ସମାଲୋଚନା କରିଛି।

ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୂରେଶ ପୂଜାରୀ କହିଛନ୍ତି, ଏହି ଜାତୀୟ ପ୍ରକଳ୍ପ ଓଡ଼ିଶାକୁ ଆସୁଛି। ପ୍ରଧାନମନ୍ତ୍ରୀ ନିଜେ ଏହାକୁ ଉଦଘାଟନ କରିବାକୁ ଆସୁଛନ୍ତି। ଏହାକୁ ନେଇ ରାଜନୀତି କରାଯିବା ହୀନମାନ୍ୟତା ଛଡା ଆଉ କିଛି ନୁହେଁ। ବାହାବା ନେବାକୁ ସବୁ କାମରେ ବାହାରିବା ସମାଜରେ ହାସ୍ୟଷ୍ପଦ କଥା ବୋଲି କହିଛନ୍ତି। ଏହାସହ ସେ ବିଜେଡିକୁ ବ୍ୟଙ୍ଗ କରି ଯିଏ ପ୍ରସବ କରିଛି ତାକୁ ମାତୃତ୍ୱର ସମ୍ମାନ ଦିଅ ବୋଲି କହିଛନ୍ତି।

ଏପଟେ ପ୍ରଚାର ପୋଷ୍ଟରରେ ପେଟ୍ରୋଲିୟ ମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେଡି ଆପତ୍ତି ଉଠାଇବା ସହ ରିଫାଇନାରୀର ଶ୍ରେୟକୁ ନେଇ ବିଜେପିକୁ ଜବାବ ଦେଇଛି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, ଜାତୀୟ ପ୍ରକଳ୍ପ ରାଜ୍ୟ ପାଇଁ ଗର୍ବର ବିଷୟ। ଶାସନ ଗାଦିରେ ବିଜେଡି ଥିବାରୁ ସେମାନେ ବି ପ୍ରଶଂସାର ପାତ୍ର। ଆମେ ଯଦି କହିବୁ ପାରଦୀପ ବ୍ୟତୀତ ଆଇଓସିଏଲର ଚିନ୍ତା କରାଯାଇ ପାରି ନ ଥାନ୍ତା। ବିଜେପି ଏହାର ଉତ୍ତର କ’ଣ ରହିବ, କ’ଣ ମାଆ ଉପରେ ଆଉ ଜଣେ ମାଆ ଅଛି ବୋଲି କହିବ।

ପ୍ରଚାର ପୋଷ୍ଟରରେ ଧର୍ମେନ୍ଦ୍ରଙ୍କ ଫଟୋକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଖରେ ଅଭିଯୋଗ ପରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଷ୍ଟାଟସ ରିପୋର୍ଟ ମଗାଯାଇଛି।