ପାରାଦୀପରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

ପାରାଦୀପ: ପାରାଦୀପ ମୁହାଣରେ ୨ଟି ଡଙ୍ଗା ବୁଡି ଯାଇଛି। ଏଥିରେ ଜଗନ୍ନାଥ ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି।  ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିବା ଓ ମାଛ ଧରି କୂଳକୁ ଫେରୁଥିବା ଦୁଇଟି ଡଙ୍ଗା ଭିନ୍ନ ଭିନ୍ନ ସ୍ଥାନରେ ଭାରସାମ୍ୟ ବୁଡି ଯାଇଥିଲା। ମେରାଇନ୍ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।