ପାରାଦୀପ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ୨ ଗୁରୁତର

ପାରାଦୀପ: ପାରାଦୀପ ଉପକଣ୍ଠ ତାରିଣୀଗଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ହେଲେ ଜ୍ୟୋତିକାନ୍ତ ପରିଡ଼ା ଓ ତାଙ୍କ ସହଯୋଗୀ ଆଶୁତୋଷ ସ୍ୱାଇଁ। ଦୁର୍ବୃତ୍ତମାନେ ଏହି ଦୁଇଜଣଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଉଭୟଙ୍କୁ ପ୍ରଥମେ ପାରାଦୀପ ବିଜୁ ମେମୋରିଆଲ ହସପିଟାଲ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ହୋଇପଡ଼ିବାରୁ  ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ […]

paradeep

paradeep

Rakesh Mallick
  • Published: Monday, 30 May 2016
  • Updated: 30 May 2016, 05:24 AM IST

Sports

Latest News

ପାରାଦୀପ: ପାରାଦୀପ ଉପକଣ୍ଠ ତାରିଣୀଗଡ଼ା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୁଇଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ହେଲେ ଜ୍ୟୋତିକାନ୍ତ ପରିଡ଼ା ଓ ତାଙ୍କ ସହଯୋଗୀ ଆଶୁତୋଷ ସ୍ୱାଇଁ। ଦୁର୍ବୃତ୍ତମାନେ ଏହି ଦୁଇଜଣଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଉଭୟଙ୍କୁ ପ୍ରଥମେ ପାରାଦୀପ ବିଜୁ ମେମୋରିଆଲ ହସପିଟାଲ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ହୋଇପଡ଼ିବାରୁ  ଆଜି ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ୍  ଦୁର୍ବୃତ୍ତକୁ ଧରିବା ପାଇଁ  ତନାଘନା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos