ପାରାଦୀପ ପୌରପାଳିକାର ୬ ବିଜେଡି କାଉନସିଲର ରାସନ କାର୍ଡ ପାଇଛନ୍ତି: କଂଗ୍ରେସ

ପାରାଦୀପ: ପାରାଦୀପ ପୌର ପରିଷଦର ୬ ଜଣ ବିଜେଡି କାଉନସିଲର ରାସନ କାର୍ଡ ପାଇଥିବା ଅଭିଯୋଗ ହୋଇଛି। ଆଜି ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ୧୯ଟି ୱାର୍ଡ ବିଶିଷ୍ଟ ପାରାଦୀପ ପୌର ପରିଷଦର ୧ନଂ ୱାର୍ଡ କାଉନସିଲର ଚିନ୍ମୟୀ ପ୍ରଭା ସ୍ୱାଇଁ, ୩ନଂର ଲିଲି ସାମଲ, ୫ନଂର ପ୍ରତିମା ମିଞ୍ଜ, ୮ନଂର ୱାର୍ଡରେ ଡଲିପ୍ରିୟା ନାୟକ, ୯ନଂର ଇନ୍ଦ୍ରମା ମହାପାତ୍ର ଏବଂ ୧୮ନଂ ୱାର୍ଡର ସସ୍ମିତା ପରିଡ଼ା ରାସନ […]

congress

congress

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 06:40 AM IST

Sports

Latest News

congressପାରାଦୀପ: ପାରାଦୀପ ପୌର ପରିଷଦର ୬ ଜଣ ବିଜେଡି କାଉନସିଲର ରାସନ କାର୍ଡ ପାଇଥିବା ଅଭିଯୋଗ ହୋଇଛି। ଆଜି ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ନଗର କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ୧୯ଟି ୱାର୍ଡ ବିଶିଷ୍ଟ ପାରାଦୀପ ପୌର ପରିଷଦର ୧ନଂ ୱାର୍ଡ କାଉନସିଲର ଚିନ୍ମୟୀ ପ୍ରଭା ସ୍ୱାଇଁ, ୩ନଂର ଲିଲି ସାମଲ, ୫ନଂର ପ୍ରତିମା ମିଞ୍ଜ, ୮ନଂର ୱାର୍ଡରେ ଡଲିପ୍ରିୟା ନାୟକ, ୯ନଂର ଇନ୍ଦ୍ରମା ମହାପାତ୍ର ଏବଂ ୧୮ନଂ ୱାର୍ଡର ସସ୍ମିତା ପରିଡ଼ା ରାସନ କାର୍ଡ ନେଇଥିବା ଅଭିଯୋଗ ହୋଇଛି।

ପାରାଦୀପ ନଗର କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ନିୟମାବଳୀକୁ ଶାସକ ଦଳ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛି। ଗତ ନିର୍ବାଚନରେ ଯେଉଁମାନେ ବିଜେଡିକୁ ସମର୍ଥନ କରି ନ ଥିଲେ, ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ରାସନ୍ କାର୍ଡରୁ ବଂଚିତ କରାଯାଇଛି। ଏବେବି ପାରାଦୀପ ପୌର ପରିଷଦରେ ଅନେକ ହିତାଧିକାରୀ ରାସନ୍ କାର୍ଡ ପାଇବାକୁ ହକଦାର ଅଛନ୍ତି। କିନ୍ତୁ ସେସବୁକୁ ଅଣଦେଖା କରି ବିଜେଡି କାଉନସିଲରମାନେ ନିଜ ନାମରେ ତଥା ସଂପକୀୟଙ୍କ ନାଁରେ ଜାଲିଆତି କରି ରାସନ କାର୍ଡ ହାତେଇଛନ୍ତି। ତେଣୁ ତୁରନ୍ତ ସମ୍ପୃକ୍ତ କାଉନସିଲରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରୁଛି। ଏନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର ମଧ୍ୟ ଦିଆଯିବ। ଯଦି ଏନେଇ ପଦକ୍ଷେପ ନିଆ ନ ଯାଏ, ତା’ହେଲେ ଆଗାମୀ ଦିନରେ ପାରାଦୀପ ନଗର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ମିଳିତ ଭାବେ ରାଜରାସ୍ତାକୁ ଓହ୍ଲାଇବ।

ପାରାଦୀପ ପୌରାଞ୍ଚଳରେ ପଡି କାର୍ଡ ବଣ୍ଟନରେ କେତେକ ଅନିୟମିତତା ହୋଇଛି ବୋଲି ସ୍ୱୀକାର କରିଛନ୍ତି ଖୋଦ୍ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ। ସେ କହିଛନ୍ତି ଯେ ରାସନ କାର୍ଡ ବଣ୍ଟରେ କିଛି ଭୁଲ୍ ଭଟକା ରହି ଯାଇଛି। କିଛି ଅଯୋଗ୍ୟ ବ୍ୟକ୍ତିଙ୍କ ନାଁ ତାଲିକାରେ ରହିଯାଇଛି। ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ରାସନ କାର୍ଡ ତାଲିକାରୁ ବାଦ୍ ଦେବା ଲାଗି ରାଜ୍ୟ ସରକାର ଓ ପ୍ରଶାସନ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ଗତ ନିର୍ବାଚନରେ ବିଜେଡିକୁ ସମର୍ଥନ କରିଥିବା ବ୍ୟକ୍ତିମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୌରାଧ୍ୟକ୍ଷ। ସେ କହିଛନ୍ତି, ଉଦ୍ଦେଶ୍ୟମୂଳକ ବା ବ୍ୟକ୍ତିଗତ ଆକ୍ରୋଶ ରଖି ରାସନ କାର୍ଡ ତାଲିକାରୁ କାହାକୁ ବାଦ୍ ଦିଆଯାଇନାହିଁ। ସେହିଭଳି ରାସନକାର୍ଡ ଦେବାରେ ପ୍ରିୟାପ୍ରୀତି ବି ପୋଷଣ କରାଯାଇ ନାହିଁ।

ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ କର୍ମକର୍ତ୍ତାଙ୍କ ସହିତ ମହିଳା ଓ ଯୁବ କଂଗ୍ରେସର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos