ପାରାଦୀପ ରିଫାଇନାରୀ ଲୋକାର୍ପଣ ଉତ୍ସବରେ ଆଇଓସିଏଲ୍ ଚେୟାରମ୍ୟାନ୍‌ଙ୍କୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: ପାରାଦୀପ ରିଫାଇନାରୀ ଲୋକାର୍ପଣ ଉତ୍ସବରେ ଆଇଓସିଏଲ୍ ଚେୟାରମ୍ୟାନ୍‌ଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଥିବା ଅଧିକାରୀମାନଙ୍କୁ ଉତ୍ସବରେ ଗୁରୁତ୍ୱ ଦିଆଯାଇ ନ ଥିବା ଚର୍ଚ୍ଚା ହେଉଛି। ଆଉ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ୩୫ ହଜାର କୋଟିର ପ୍ରକଳ୍ପ ପାରାଦୀପ ତୈଳ ବିଶୋଧନାଗାରର ଲୋକାର୍ପଣ ଉତ୍ସବରେ ମଂଚ ଉପରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଦେଶୀ ଅତିଥି। […]

paradeep

paradeep

Rakesh Mallick
  • Published: Monday, 08 February 2016
  • Updated: 08 February 2016, 05:13 PM IST

Sports

Latest News

paradeepଭୁବନେଶ୍ୱର: ପାରାଦୀପ ରିଫାଇନାରୀ ଲୋକାର୍ପଣ ଉତ୍ସବରେ ଆଇଓସିଏଲ୍ ଚେୟାରମ୍ୟାନ୍‌ଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଥିବା ଅଧିକାରୀମାନଙ୍କୁ ଉତ୍ସବରେ ଗୁରୁତ୍ୱ ଦିଆଯାଇ ନ ଥିବା ଚର୍ଚ୍ଚା ହେଉଛି। ଆଉ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି।

୩୫ ହଜାର କୋଟିର ପ୍ରକଳ୍ପ ପାରାଦୀପ ତୈଳ ବିଶୋଧନାଗାରର ଲୋକାର୍ପଣ ଉତ୍ସବରେ ମଂଚ ଉପରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଦେଶୀ ଅତିଥି। ଏମାନେ ସମସ୍ତେ ବସିଥିଲେ ଆଗ ଧାଡ଼ିରେ। ଆଇଓସିଏଲ୍ ଚେୟାରମ୍ୟାନ ବି. ଅଶୋକଙ୍କ ଆସନ ପଡ଼ିଥିଲା ମଂଚର ପଛ ଧାଡ଼ିରେ। ପାରାଦୀପ ରିଫାଇନାରୀ ଓଡ଼ିଶାର ବିକାଶର ଦୀପ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତେବେ ଏହି ବିକାଶରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିବ ସେମାନଙ୍କୁ ଗତକାଲି ଉତ୍ସବରେ ଅଣଦେଖା କରାଯାଇଥିବା ଚର୍ଚ୍ଚା ହେଉଛି। ଆଇଓସିଏଲର ଏହି କାର୍ଯ୍ୟକ୍ରମରେ ଖୋଦ୍ ଆଇଓସିଏଲ୍ ଚେୟାରମ୍ୟାନ୍ କି ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ନା ସ୍ୱାଗତ ଭାଷଣ ଦେଇଥିଲେ ନା ଧନ୍ୟବାଦ ଦେଇଥିଲେ। ଗତକାଲି ମଞ୍ଚରେ ଉପସ୍ଥିତ ରାଜ୍ୟ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଏନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ପାରାଦୀପ ତୈଳ ବିଶୋଧନାଗାର ହେଉଛି ଆଇଓସିଏଲର ପ୍ରକଳ୍ପ। ଏହି ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଆଇଓସିଏଲର ଚେୟାରମ୍ୟାନ୍ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ। ତେଣୁ ସେ ସ୍ୱାଗତ ଭାଷଣ ଦେଇଥାଆନ୍ତେ ଓ ପାରାଦୀପ ତୈଳ ବିଶୋଧନାଗାରର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଧନ୍ୟବାଦ୍ ଅର୍ପଣ କରି ଥାଆନ୍ତେ।

ଅନ୍ୟପକ୍ଷରେ ଏ ନେଇ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସମାଲୋଚନା କରିଛନ୍ତି ଦାମୋଦର ରାଉତଙ୍କୁ। ସେ କହିଛନ୍ତି, ଦାମୋଦର ରାଉତ କ’ଣ କେନ୍ଦ୍ର ମନ୍ତ୍ରୀ? ପାରାଦୀପ ତୈଳ ବିଶୋଧନାଗାରରେ କ’ଣ ହେବ ତାହା କେନ୍ଦ୍ର ମନ୍ତ୍ରୀ ନିଷ୍ପତ୍ତି ନେବେ ନା ରାଜ୍ୟ ମନ୍ତ୍ରୀ କହିବେ?

ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାରେ ଆଇଓସିଏଲର ବରିଷ୍ଠ ଅଧିକାରୀମାନଙ୍କର ଯଥେଷ୍ଟ ଅବଦାନ ରହିଛି। ଏହାକୁ କେହି ଅସ୍ୱୀକାର କରି ପାରିବେ ନାହିଁ। ମୋଦି ତାଙ୍କ ଅଭିଭାଷଣରେ ଆଇଓସିଏଲ୍ ଚେୟାରମ୍ୟାନଙ୍କୁ ଧନ୍ୟବାଦ୍ ଦେଇଥିଲେ। କିନ୍ତୁ ରାଜନୈତିକ ଛକାପଞ୍ଝା ଭିତରେ ଆଇଓସିଏଲ୍ ଅଧିକାରୀମାନେ ଅଣଦେଖା ହୋଇଯାଇଥିବା ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos