ପାରାଦୀପ: ଦ୍ୱିତୀୟ ଦିନରେ ଡିଏଲ୍‌ଆର୍‌ କର୍ମଚାରୀଙ୍କ ଆନ୍ଦୋଳନ

paradeepପାରାଦୀପ: ଦରମା ବୃଦ୍ଧି ଦାବି ନେଇ ପାରାଦୀପ ବନ୍ଦରରେ କାର୍ଯ୍ୟରତ ଡିଏଲ୍‌ଆର୍‌ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଗତକାଲି ରାତିସାରା କର୍ମଚାରୀମାନେ ଧାରଣାରେ ବସିଥିଲେ।

ଡିଏଲ୍‌ଆର୍‌ କର୍ମଚାରୀ ଆସୋସିଏସନ୍‌ ପକ୍ଷରୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ  ପୋର୍ଟ ଅଫିସର୍ସ କ୍ଳବ୍‌ ଆଗରେ ଧାରଣା ବସିଛନ୍ତି।

ଶ୍ରମିକମାନଙ୍କୁ ବନ୍ଦର କର୍ତ୍ତୃପକ୍ଷ ସର୍ବନିମ୍ନ ସୁବିଧା ଯୋଗାଇ ଦେଉ ନ ଥିବା ଅଭିଯୋଗ ହୋଇଛି। ବର୍ଦ୍ଧିତ ଦରମା ଓ ଅନ୍ୟାନ୍ୟ ସୁବିଧା ଦିଆଯିବା ଲାଗି ଡିଏଲ୍‌ଆର୍‌ ସଂଘ ଦାବି କରିଛି।

ଡିଏଲ୍‌ଆର୍‌ କର୍ମଚାରୀଙ୍କ ଦାବି ନେଇ  ଆସନ୍ତା ୧୫ ତାରିଖରେ  ଏକ ଉଚ୍ଚସ୍ତରୀୟ କମିଟି  କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିବ ବୋଲି ଗତ ୩ ତାରିଖରେ ନିଷ୍ପତ୍ତି ହୋଇଥିବା ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।