ପାରାଦୀପ: ଏସଆର୍ ଫାଟକ ସମ୍ମୁଖରେ ଉତ୍ତେଜନା, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଜଣେ ପୋଲିସ୍ ଆହତ

ପାରାଦୀପ: ଏସଆର କଂପାନୀ ସମ୍ମୁଖରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଆନ୍ଦୋଳନରତ କର୍ମଚାରୀମାନଙ୍କ ଆକ୍ରମଣରେ ପୋଲିସ୍ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଜଣେ ପୋଲିସ୍ କର୍ମୀଚାରୀ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ପୋଲିସ୍ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି। ତେବେ ଚାପା ଉତ୍ତେଜନା ରହିଛି। ପୋଲିସ୍ ୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ବକେୟା ପାଉଣା ଓ ଅନ୍ୟାନ୍ୟ ଦାବିରେ ଆଜି ସକାଳେ କଂପାନୀର […]

essar tension

essar tension

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 06:53 AM IST

ପାରାଦୀପ: ଏସଆର କଂପାନୀ ସମ୍ମୁଖରେ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଛି। ଆନ୍ଦୋଳନରତ କର୍ମଚାରୀମାନଙ୍କ ଆକ୍ରମଣରେ ପୋଲିସ୍ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଜଣେ ପୋଲିସ୍ କର୍ମୀଚାରୀ ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। ପୋଲିସ୍ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି। ତେବେ ଚାପା ଉତ୍ତେଜନା ରହିଛି। ପୋଲିସ୍ ୭ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ ମଧ୍ୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବକେୟା ପାଉଣା ଓ ଅନ୍ୟାନ୍ୟ ଦାବିରେ ଆଜି ସକାଳେ କଂପାନୀର କର୍ମଚାରୀମାନେ ଫାଟକ ବନ୍ଦ କରି ଦେଇଥିଲେ ଓ ଆନ୍ଦୋଳନରେ ବସିଥିଲେ। ଏ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ଆନ୍ଦୋଳନକାରୀମାନଙ୍କୁ ସେଠାରୁ ହଟାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ଆନ୍ଦୋଳନକାରୀମାନେ ଏକଜୁଟ୍ ହୋଇ ପୋଲିସ୍ ଉପରେ ପାଲଟା ଆକ୍ରମଣ କରିଥିଲେ। ସେମାନେ ପୋଲିସର ଏକ ଗାଡ଼ିକୁ ଭଙ୍ଗାରୁଜା କରି ଥିଲେ। ସେମାନଙ୍କ ଆକ୍ରମଣରେ ଜଣେ ପୋଲିସ୍ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି। ଏପରିକି କାରଖାନା ଭିତରେ ମଧ୍ୟ କିଛି ଆନ୍ଦୋଳନକାରୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ତେବେ ଏ ସଂପର୍କିତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ପାରି ନାହିଁ।

ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଅନୁରୋଧ ପରେ ବି କଂପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଦାବିଗୁଡ଼ିକୁ ଏଡ଼ାଇ ଯାଉଛନ୍ତି। ତେଣୁ ସେମାନେ ବାଧ୍ୟହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos