ପୁଣି ଦାମଙ୍କ ଟାର୍ଗେଟ୍‌ରେ ବିଷ୍ଣୁ

ପାରାଦୀପ: ପାରାଦୀପରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ଓ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି,“ବିଷ୍ଣୁ ଦାସଙ୍କୁ ବିଜେଡି ଜିଲ୍ଲା ସଭାପତି କୁହାଯାଉଛି। ଯେବେଠାରୁ ସେ ସଭାପତି ହେଲେଣି କେବେ ମୋ ନିର୍ବାଚନ ମଣ୍ଡଳୀକୁ ଆସି ନାହାନ୍ତି। ଏପରିକି ମୋ ସହିତ କଥାବାର୍ତ୍ତା କରନ୍ତି ନାହିଁ। ସେ ସରକାରୀ ଜାଗାରେ ୟୁନିଅନ୍‌ ନାଁରେ ଆଡ୍ଡା ଚଲାଉଛନ୍ତି। ଯେତେ ପ୍ରକାର ଅସାମାଜିକ କାର୍ଯ୍ୟ କରୁଛନ୍ତି, ତାହା ସମସ୍ତେ ଜାଣିଛନ୍ତି।”

ସେ କହିଛନ୍ତି,“ଆଉ ଜଣେ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ତାଙ୍କର ପାରାଦୀପ ସହିତ କି ସମ୍ପର୍କ ରହିଛି କେଜାଣି। ପ୍ରତିମୁହୂର୍ତ୍ତରେ ପାରାଦୀପ ଆସି ଏଠାରେ ଅଶାନ୍ତି ସୃଷ୍ଟି କରୁଛନ୍ତି।”

ଅନ୍ୟପକ୍ଷରେ ଦାମଙ୍କୁ ପ୍ରତି ଆକ୍ରମଣ କରିଛନ୍ତି ବିଷ୍ଣୁ। ସେ କହିଛନ୍ତି,‘‘ଦାମଙ୍କ ବୁଦ୍ଧି ବାଉଳା ହେଲାଣି। ସେ ନିଜର ସୀମା ଜାଣିପାରୁ ନାହାନ୍ତି, ଉଲ୍ଲଂଘନ କରୁଛନ୍ତି। ସେ ଯେତେବେଳେ ଡାକିଛନ୍ତି ମୁଁ ପହଞ୍ଚିଛି। ଯେତେବେଳେ ଖୋଜିଛନ୍ତି ମୁଁ ଯାଇଛି। ମ୍ୟୁନିସିପାଲିଟି ନିର୍ବାଚନରେ ଡାକିଥିଲେ, ମୁଁ ଯାଇଥିଲି। କିନ୍ତୁ ଅନେକ ସମୟରେ ସେ ମୋତେ ଡାକନ୍ତି ନାହିଁ କି ସଭାପତି ଭାବେ ଗ୍ରହଣ କରନ୍ତି ନାହିଁ।”