ପାରଳା ମହାରାଜାଙ୍କୁ ବନ୍ଦୀ ରଖିବା ଘଟଣା ଗୁଜବ

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ରାଜନଅରରେ ବନ୍ଦୀ ରଖାଯାଇଥିବା ନେଇ ପ୍ରସାର ହେଉଥିବା ଖବର ମିଛ ଓ ଗୁଜବ ବୋଲି ମହାରାଜା ପ୍ରତିଷ୍ଠାନ କହିଛି। ମହାରାଜା ପ୍ରତିଷ୍ଠାନ ମ୍ୟାନେଜର୍‌ ଓ ଗଜପତି ସିଟିଜେନ୍‌ କମିଟିର ଉପସଭାପତି ଏହାକୁ ଅପପ୍ରଚାର କହିବା ସହ ରାଜପରିବାର ଓ ପାରଳାବାସୀଙ୍କୁ ଏହା  ଅପମାନ ବୋଲି କହିଛନ୍ତି। ଗଜପତି ସିଟିଜେନ୍‌ କମିଟି ଉପ ସଭାପତି ଭାରତ ଭୂଷଣ ମହାନ୍ତି କହିଛନ୍ତି, “ମୁଁ ଭଲ ଭାବେ ଜାଣିଛି ମହାରାଜାଙ୍କ ଭାଇ […]

parala maharaja

parala maharaja

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 07:42 PM IST

Sports

Latest News

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ରାଜନଅରରେ ବନ୍ଦୀ ରଖାଯାଇଥିବା ନେଇ ପ୍ରସାର ହେଉଥିବା ଖବର ମିଛ ଓ ଗୁଜବ ବୋଲି ମହାରାଜା ପ୍ରତିଷ୍ଠାନ କହିଛି। ମହାରାଜା ପ୍ରତିଷ୍ଠାନ ମ୍ୟାନେଜର୍‌ ଓ ଗଜପତି ସିଟିଜେନ୍‌ କମିଟିର ଉପସଭାପତି ଏହାକୁ ଅପପ୍ରଚାର କହିବା ସହ ରାଜପରିବାର ଓ ପାରଳାବାସୀଙ୍କୁ ଏହା  ଅପମାନ ବୋଲି କହିଛନ୍ତି।

ଗଜପତି ସିଟିଜେନ୍‌ କମିଟି ଉପ ସଭାପତି ଭାରତ ଭୂଷଣ ମହାନ୍ତି କହିଛନ୍ତି, “ମୁଁ ଭଲ ଭାବେ ଜାଣିଛି ମହାରାଜାଙ୍କ ଭାଇ ଆଗରୁ ତାଙ୍କ ସମ୍ପତ୍ତି ସବୁ ନେଇ ଯାଇଥିଲେ। ମହାରାଜାଙ୍କ ପୁଅ ଆରପାରିକୁ ଚାଲିଯିବା ପରେ ଏ ସମ୍ପତ୍ତି ଉପରେ ଆଖି ପକାଇ ଏପରି ଅପପ୍ରଚାର ଚଳାଇଛନ୍ତି। ମହାରାଜାଙ୍କୁ ନଜର ବନ୍ଦୀ କରି ରଖିବାର କାହାର ସାହସ ନାହିଁ। ଆମେ ନିୟମିତ ତାଙ୍କ ସହ ଯୋଗାଯୋଗ ରଖିଛୁ।”

ମହାରାଜା ପ୍ରତିଷ୍ଠାନ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର କହିଛନ୍ତି, “ରାଜାଙ୍କ ସମ୍ପତ୍ତି ହଡ଼ପ ଲାଗି  ଏଭଳି ଚକ୍ରାନ୍ତ ହୋଇଛି। ରାଜା ତାଙ୍କ ଏକମାତ୍ର ପୁଅର  ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି। ସେ ସୁସ୍ଥ ଥିଲେ ମଧ୍ୟ ଦୁର୍ବଳ ହୋଇଯାଇଛନ୍ତି। ଏହାସହ ରାଜାଙ୍କ ଥ୍ରୋଟ୍‌ ଇନ୍‌ଫେକ୍‌ସନ୍‌ ହୋଇଥିବାରୁ ସେ କଥା ହୋଇପାରୁ ନାହାନ୍ତି।”

ସେ ଆହୁରି କହିଛନ୍ତି, “ପୁଅ ମୃତ୍ୟୁର ବର୍ଷେ ପୂରି  ନ ଥିବାରୁ ରାଜା ପୁରୀ ଗଜପତି ମହାରାଜାଙ୍କ ସହ ଆଲୋଚନା ପରେ ଏବର୍ଷ ଛେରାପହଁରା କରି ନ ଥିଲେ। ମହାରାଜା ତାଙ୍କର ସବୁ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କ ଝିଅ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି।”

ମହାରାଜା ପ୍ରତିଷ୍ଠାନ ଓ ଗଜପତି ସିଟିଜେନ୍‌ କମିଟିର ଅଭିଯୋଗକୁ ମହାରାଜାଙ୍କ ଭାଇ ସର୍ବଜ୍ଞାନ ଜଗନ୍ନାଥ ଗଜପତି ଖଣ୍ଡନ କରିଛନ୍ତି। ଏପରି କି ସେ ମହାରାଜାଙ୍କ ପ୍ରତିଷ୍ଠାନ ମ୍ୟାନେଜରଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। “ମୋ ନାଁ ଉଠାଇ ମହାରାଜାଙ୍କ ସମ୍ପତ୍ତି ଖାଇବାକୁ ପ୍ରତିଷ୍ଠାନ ମ୍ୟାନେଜର ଚକ୍ରାନ୍ତ କରୁଛନ୍ତି” ବୋଲି ସେ ଅଭିଯୋଗ କରିଛନ୍ତି।

ମହାରାଜାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଖବର ପ୍ରଚାର ହେବା ପରେ ଆଜି ତାଙ୍କୁ ଶତାଧିକ ପାରଳାବାସୀ ଓ କିଛି ନେତା ସାକ୍ଷାତ କରିଛନ୍ତି। ପାରଳାଖେମୁଣ୍ଡି ବିଧାୟକ କେ. ସୂର୍ଯ୍ୟ ରାଓ କହିଛନ୍ତି, “ମହାରାଜା କିଛି କହୁନାହାନ୍ତି କି କିଛି ଶୁଣୁ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯେପରି ଅଛି ସେ ମେଡିକାଲରେ ରହି ଚିକିତ୍ସିତ ହେବା କଥା। ଆମେ ଆଜି ତାଙ୍କୁ ଭେଟିବା ପରେ ହୃତୟଙ୍ଗମ କଲୁ ମହାରାଜାଙ୍କୁ ନଜର ବନ୍ଦୀ କରି ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story