ପାରଳାରେ ପହଞ୍ଚିଲେ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କୁ ନଜର ବନ୍ଦୀ ଓ ମ୍ୟାନେଜନ ଅନଙ୍ଗ ମଞ୍ଜରୀଙ୍କ ସମେତ ତାଙ୍କ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର କ୍ରାଇମ୍‌ବ୍ରାଞ୍ଚ ଇନ୍‌ଭେଷ୍ଟିକେଶନ୍‌ ଟିମ୍‌(ଏସ୍‌ଆଇଟି)କୁ ସହଯୋଗ କରିବାକୁ ରାଜାଙ୍କ ଝିଅ କଲ୍ୟାଣୀ ଦେବୀ ଆଜି ଚେନ୍ନାଇରୁ ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ କଲ୍ୟାଣୀ ଦେବୀ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି। ତାଙ୍କୁ ରାଜାଙ୍କ ନଜର ବନ୍ଦୀ ଓ ମ୍ୟାନେଜନଙ୍କ ମୃତ୍ୟୁ ସମ୍ପର୍କରେ ଏସ୍‌ଆଇଟି ପଚରାଉଚରା କରିପାରେ। ଗତକାଲି ଏସ୍‌ଆଇଟି ରାଜାଙ୍କୁ ନଜର […]

kalyanigagapati

kalyanigagapati

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 11:39 PM IST

Sports

Latest News

kalyanigagapatiପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କୁ ନଜର ବନ୍ଦୀ ଓ ମ୍ୟାନେଜନ ଅନଙ୍ଗ ମଞ୍ଜରୀଙ୍କ ସମେତ ତାଙ୍କ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର କ୍ରାଇମ୍‌ବ୍ରାଞ୍ଚ ଇନ୍‌ଭେଷ୍ଟିକେଶନ୍‌ ଟିମ୍‌(ଏସ୍‌ଆଇଟି)କୁ ସହଯୋଗ କରିବାକୁ ରାଜାଙ୍କ ଝିଅ କଲ୍ୟାଣୀ ଦେବୀ ଆଜି ଚେନ୍ନାଇରୁ ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ କଲ୍ୟାଣୀ ଦେବୀ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି। ତାଙ୍କୁ ରାଜାଙ୍କ ନଜର ବନ୍ଦୀ ଓ ମ୍ୟାନେଜନଙ୍କ ମୃତ୍ୟୁ ସମ୍ପର୍କରେ ଏସ୍‌ଆଇଟି ପଚରାଉଚରା କରିପାରେ।

ଗତକାଲି ଏସ୍‌ଆଇଟି ରାଜାଙ୍କୁ ନଜର ବନ୍ଦୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ରାଜ ପ୍ରାସାଦ ଭିତରେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜାଙ୍କ ସମ୍ପର୍କରେ ପଚାରିଥିଲା। ରାଜାଙ୍କୁ ଭେଟିବା ପାଇଁ ଆସୁଥିବା ଲୋକଙ୍କୁ ବାରଣ କରାଯାଉଥିଲା କି ନାହିଁ, କେଉଁମାନେ ରାଜ ପ୍ରାସାଦରେ ରହୁଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ଏସ୍‌ଆଇଟି। ପରେ ରାଜାଙ୍କ ଆଇନ୍‌ ପରାମର୍ଶଦାତାଙ୍କୁ ସମ୍ପତ୍ତି ସମ୍ପର୍କରେ ପଚାର ଉଚରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos