ପାରଳାଖେମୁଣ୍ଡି: ରାୟଗଣ୍ଡା ଜଙ୍ଗଲରୁ ଟିଫିନ୍ ବୋମା ଉଦ୍ଧାର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡାର ରାୟଗଣ୍ଡା ଗାଁ ମଝି ଜଙ୍ଗଲରୁ ଏକ ଟିଫିନ୍ ବୋମା ଉଦ୍ଧାର କରାଯାଇଛି। ସିଆରପିଏଫ୍ ଓ ଡିଭିଏଫର ମିଳିତ କମ୍ୱିଂ ଅପରସେନ୍ ବେଳେ ୩୨ କିଲୋଗ୍ରାମର ଏହି ଅଫୁଟା ଟିଫିନ୍ ବୋମା ଉଦ୍ଧାର କରାଯାଇଛି। ଏ ସମ୍ପର୍କରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀର ଗଜପତି ଏସପି ସତ୍ୟଜିତ ନାୟକ ଏହି ସୂଚନା ଦେଇଛନ୍ତି। ଜିଲ୍ଲାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଥିବା ବେଳେ ପୂର୍ବରୁ ଖଞ୍ଜାଯାଇଥିବା ବୋମାଗୁଡିକୁ ବର୍ତ୍ତମାନ ଉଦ୍ଧାର କରାଯାଉଛି ବୋଲି ଏସପି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।