ପାରମିତା ଓ ଗୋବିନ୍ଦ ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ: ବିଶିଷ୍ଟ ଲେଖିକା ପାରମିତା ଶତପଥୀ ଓ ସାନ୍ତାଳୀ ଲେଖକ ଗୋବିନ୍ଦ ଚନ୍ଦ୍ର ମାଝି ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପାରମିତା ଓ ଗୋବିନ୍ଦଙ୍କୁ ୨୦୧୬ ମସିହା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପାରମିତା ତାଙ୍କ ଉପନ୍ୟାସ ସଂକଳନ ‘ପ୍ରାପ୍ତି’ ପାଇଁ ଏହି ପୁରସ୍କାର ପାଇଛନ୍ତି। ସେହିପରି ସାନ୍ତାଳୀ ସାହିତ୍ୟର ଚର୍ଚ୍ଚିତ ଚେହେରା ଗୋବିନ୍ଦ ଚନ୍ଦ୍ର ମାଝିଙ୍କୁ ତାଙ୍କ କବିତା ସଂକଳନ ‘ନାଲହା’ ପାଇଁ ଏହି ପୁରସ୍କାର ମିଳିଛି।