ପାର୍ସଲ ବୋମା ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ , ମୃତ୍ୟୁ ଉପହାର ପଠାଇଥିବା ବ୍ୟକ୍ତି ଓଡ଼ିଆ

ବଲାଙ୍ଗିର(ଓଡିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିଷ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁର ଉପହାର ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୁରାକ୍‌ ପାଇଛି ପୋଲିସ। ପ୍ରାରକ ଜଣେ ଓଡିଆ ବୋଲି ଜଣାପଡିଛି। ବଲାଙ୍ଗିର ପୋଲିସ ତଦନ୍ତ ବେଳେ ଯେଉଁ ସବୁ ତଥ୍ୟ ଆଗରୁ ପାଇଥିଲା, ସେସବୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ତାକୁ ଆଧାର କରି ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ SITର ୩ ଜଣିଆ ଟିମ୍ ରାୟପୁର ଯାଇଛି । କ୍ରାଇମବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର […]

cbi

cbi

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 10:41 PM IST

Sports

Latest News

ବଲାଙ୍ଗିର(ଓଡିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିଷ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁର ଉପହାର ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୁରାକ୍‌ ପାଇଛି ପୋଲିସ। ପ୍ରାରକ ଜଣେ ଓଡିଆ ବୋଲି ଜଣାପଡିଛି। ବଲାଙ୍ଗିର ପୋଲିସ ତଦନ୍ତ ବେଳେ ଯେଉଁ ସବୁ ତଥ୍ୟ ଆଗରୁ ପାଇଥିଲା, ସେସବୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ତାକୁ ଆଧାର କରି ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ SITର ୩ ଜଣିଆ ଟିମ୍ ରାୟପୁର ଯାଇଛି । କ୍ରାଇମବ୍ରାଞ୍ଚକୁ ଏହି ମାମଲା ହସ୍ତାନ୍ତର ହେବା ଆଗରୁ ବଲାଙ୍ଗିର ପୋଲିସ ଜଣେ ସାଇବର ଏକ୍ସପର୍ଟଙ୍କ ସାହାଯ୍ୟ ନେଇଥିଲା । ଦୁଇଟି ଟିମ୍ ରାୟପୁରରୁ ଫେରିବା ପରେ ସାଇବର ଏକ୍ସପର୍ଟଙ୍କ ସହିତ ଆଉ ଏକ ଟିମ୍ ମଧ୍ୟ ରାୟପୁର ଯାଇଥିଲା  ସେଠାରୁ କିଛି ସିସି ଟିଭି ଫୁଟେଜ ଓ ଫଟୋ  ମିଳିଛି।

ସୂଚନା ମିଳିଛି ଯେ, ପାର୍ସଲ ପଠାଇଥିବା ବ୍ୟକ୍ତି ଜଣକ, ପ୍ରଥମେ ସ୍କାଏକିଙ୍ଗ କୋରିଅକୁ ନ ଯାଇ ଅନ୍ୟ ଏକ କୋରିଅରକୁ ଯାଇଥିଲେ।  ସେଠାରେ କୋରିଅର୍ ପାଟଣାଗଡ଼ ପହଞ୍ଚିବାକୁ ଦଶ ଦିନ ଲାଗିବ ବୋଲି କୁହାଯିବାରୁ ସ୍କାଏକିଙ୍ଗ୍ ପାଖକୁ ଆସିଥିଲେ ସେହି ବ୍ୟକ୍ତି । ଦୁଇ କୋରିଅର ମାଲିକଙ୍କୁ ଜେରା ପରେ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିଛି । ସେ ଉଭୟ ଓଡିଇା ଓ ହିନ୍ଦିରେ କଥାବାର୍ତ୍ତା କରୁଥିଲେ।  ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ଯାଉଥିବା କହି, ଏହା ଉପରେ ପ୍ରକିତ୍ରିୟା ଦେବାକୁ ମନା କରିଦେଇଛନ୍ତି ଏସ୍ଆଇଟି ମୁଖ୍ୟ।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos