ପରିବେଶ ଓ ଟ୍ରାଫିକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରାଜଧାନୀରେ ପାଳନ ହେଉଛି ରାହାଗିରି ଦିବସ

ଭୁବନେଶ୍ୱର: ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଆଜି ପାଳିତ ହେଉଛି ତୃତୀୟ ରାହାଗିରି ଦିବସ । ଏହି ରାହାଗିରି ଦିବସ ପାଳନ ଅବସରରେ ମାଷ୍ଟରକ୍ୟାଣ୍ଟିନଠାରୁ ରାମମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସ୍ମାଟସିଟି ବ୍ରାଣ୍ଡ ଆମ୍ବାସଡ଼ର ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ଏଥିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସ୍ମାଟସିଟି ତାଲିକାରେ ଶ୍ରେଷ୍ଠ ମାନ୍ୟତା ପାଇଥିବାରୁ  ପ୍ରଥମେ କେକ୍ କଟାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ରାହାଗିରି ଦିବସରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସାଙ୍ଗକୁ ରକବ୍ୟାଣ୍ଡର ମଧ୍ୟ ଆୟୋଜନ କରାଯାଇଛି।