୫ ଦିନ ପାଇଁ ପାର୍କ ମନା, ଜାଣନ୍ତୁ କେଉଁଠି?

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ  ଥିବା ବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବା ବେଳେ ଗଂଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି […]

park closed

park closed

Niharika Rout
  • Published: Thursday, 26 August 2021
  • Updated: 26 August 2021, 08:43 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ  ଥିବା ବେଳେ ପ୍ରାୟତଃ ସମସ୍ତ ପାର୍କ, ଧର୍ମାନୁଷ୍ଠାନ ଆଦି ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଲାଣି। ଏପରି ସ୍ଥିତିରେ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ୫ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାରେ ତଳେ ରହୁଥିବା ବେଳେ ଗଂଜାମ ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ବ୍ରହ୍ମପୁର ସହରରେ ଥିବା ରାମଲିଙ୍ଗେଶ୍ୱର ପାର୍କକୁ ସର୍ବସାଧାରଣ ପାଇଁ ବନ୍ଦ କରାଯାଇଛି।  ତେବେ ଏହି ପାର୍କରେ ଟିକାକରଣ କାର୍ଯ୍ୟ ଜାରି ରହିବ ।

ଗତ ୪ ମାସ ଧରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ପାର୍କରେ ନାଗରିକଙ୍କୁ ଟିକାକରଣ କାର୍ଯ୍ୟ  ଚାଲିଛି।  ଏଥିରେ ସହଯୋଗ କରିବା ପାଇଁ ସମସ୍ତ ସହରବାସୀଙ୍କୁ ଅନୁରୋଧ କରିଛି ପ୍ରଶାସନ ।  ତେବେ ରାମଲିଙ୍ଗମ ପାର୍କରେ ସାଧାରଣ ଲୋକଙ୍କୁ ବୁଲିବାକୁ ଅନୁମତି ନଥିବାବେଳେ ବିଧାୟକଙ୍କ କାଯର୍ୟକ୍ରମ ନେଇ ଗଣମାଧ୍ୟମର ଖବର ଉପରେ ପ୍ରତିକ୍ରିୟା ରଖିଛି ପ୍ରଶାସନ ।

ବ୍ରହ୍ମପୁରର ରାମ ଲିଙ୍ଗେଶ୍ୱର ପାର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକ ମାନେ ଗଂଜାମ ଜିଲ୍ଲାକୁ ଏକ୍ସପୋଜର ଭିଜିଟ୍ ପାଇଁ ଆସୁଥିବା ସୂଚନା ଦେଇଛି ପ୍ରଶାସନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos