ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍‌’

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାତଶଙ୍ଖଠାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଛି।  ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସାତଶଙ୍ଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଦିନ ୧୨ଟା  ୪୫ ସମୟରେ ‘ଶାରଳା’ ନାମକ ବସ୍‌ ପୁରୀରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଏହି ସମୟରେ ସାତଶଙ୍ଖ ନିକଟରେ ବସ୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଓଲଟି […]

bus accident

bus accident

Tapaswini Nayak
  • Published: Monday, 11 July 2022
  • Updated: 11 July 2022, 01:45 PM IST

Sports

Latest News

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ସାତଶଙ୍ଖଠାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଛି।  ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସାତଶଙ୍ଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ଦିନ ୧୨ଟା  ୪୫ ସମୟରେ ‘ଶାରଳା’ ନାମକ ବସ୍‌ ପୁରୀରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଏହି ସମୟରେ ସାତଶଙ୍ଖ ନିକଟରେ ବସ୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ପୁଲିସ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ୍‌ରେ ପଠାଇ ଦିଆଯାଇଥିଲା।

ବସ୍‌ରେ ୫୦ରୁ ଅଧିକ  ଯାତ୍ରୀ ଥିଲେ। ଡ୍ରାଇଭର ଆଖି ଲାଖିଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି।  ପୁଲିସ ଘଟଣାର ତଦନ୍ତ ଗକରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos