ଟ୍ରେନରେ ଗୋଟିଏ କପ୍‌ ଚା’ ପିଇ ୭୦ ଟଙ୍କା ଗଣିଲେ ଯାତ୍ରୀ, କାହିଁକି ଉତ୍ତର ଦେଲା ରେଳବାଇ

ନୂଆଦିଲ୍ଲୀ: ଯଦି ଆପଣ ଭାବୁଥିବେ ଟ୍ରେନରେ ମିଳୁଥିବା ଚା’ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ସବସିଡି ମିଳୁଛି, ତା’ହେଲେ ଆପଣ ଭୁଲ। ଯଦି ଆପଣ ଟ୍ରେନରେ ଯାତ୍ରା କରିବା ବେଳେ ଗୋଟିଏ ଚା’ କପ ପାଇଁ ୭୦ ଟଙ୍କାର ବିଲ୍‌ ପାଇବେ, ତା’ହେଲେ ଆପଣ ଚିକତ ହେବା ସ୍ୱାଭାବିକ। ଏମିତି ଏକ ଘଟଣାକ୍ରମରେ ଜଣେ ଯାତ୍ରୀ ଟ୍ରେନରେ ଗୋଟିଏ କପ୍‌ ଚା’ ମଗାଇ ୭୦ ଟଙ୍କା ଗଣିଛନ୍ତି। ଯାତ୍ରୀ ଜଣଙ୍କ ଭାରତୀୟ ରେଳବାଇର ଏହି ହାଇଫାଇ […]

IRCTC

IRCTC

Hemant Lenka
  • Published: Thursday, 30 June 2022
  • Updated: 20 October 2022, 08:58 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ଭାବୁଥିବେ ଟ୍ରେନରେ ମିଳୁଥିବା ଚା’ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ସବସିଡି ମିଳୁଛି, ତା’ହେଲେ ଆପଣ ଭୁଲ। ଯଦି ଆପଣ ଟ୍ରେନରେ ଯାତ୍ରା କରିବା ବେଳେ ଗୋଟିଏ ଚା’ କପ ପାଇଁ ୭୦ ଟଙ୍କାର ବିଲ୍‌ ପାଇବେ, ତା’ହେଲେ ଆପଣ ଚିକତ ହେବା ସ୍ୱାଭାବିକ। ଏମିତି ଏକ ଘଟଣାକ୍ରମରେ ଜଣେ ଯାତ୍ରୀ ଟ୍ରେନରେ ଗୋଟିଏ କପ୍‌ ଚା’ ମଗାଇ ୭୦ ଟଙ୍କା ଗଣିଛନ୍ତି।

ଯାତ୍ରୀ ଜଣଙ୍କ ଭାରତୀୟ ରେଳବାଇର ଏହି ହାଇଫାଇ ସର୍ଭିସ ସମ୍ପର୍କରେ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ ଚା’ କପ ପାଇଁ ଦେଇଥିବା ୭୦ ଟଙ୍କାର ବିଲ୍‌ର ଫଟୋ ମଧ୍ୟ ଶେୟାର କରିଛନ୍ତି। ଏବେ ଏହି ବିଲ୍‌ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ବିଲ୍ ଶେୟାର କରିଥିବା ଯାତ୍ରୀ ଜଣଙ୍କ ଜୁଲାଇ ୨୮ରେ ଦିଲ୍ଲୀରୁ ଭୋପାଲ ମଧ୍ୟରେ ସେବା ଯୋଗାଉଥିବା ଭୋପାଲ ଶତାବ୍ବୀ ଟ୍ରେନରେ ଯାତ୍ରା କରିଥିଲେ।

ଏହି ସମୟରେ ସେ ଟ୍ରେନରେ ଗୋଟିଏ କପ୍‌ ଚା’ ମଗାଇଥିଲେ। ଏହି ଚା’ କପ ପାଇଁ ତାଙ୍କୁ ୭୦ ଟଙ୍କାର ବିଲ୍‌ ଦେବାକୁ ପଡ଼ିଛି। ଚା’ର ଦାମ ୨୦ ଟଙ୍କା ହୋଇଥିବା ବେଳେ ଏହା ଉପରେ ସର୍ଭିସ ଚାର୍ଜ ବାବଦକୁ ୫୦ ଟଙ୍କା ଯୋଡ଼ା ଯାଇଛି। ଫଳରେ ଗ୍ରାହକଙ୍କୁ ୭୦ ଟଙ୍କା ଦେବାକୁ ପଡ଼ିଛି।

ବିଲ୍‌ ପୈଠ କରିଥିବା ଯାତ୍ରୀ ଜଣଙ୍କ ଦୁଇଟି ଟିକସ ଇନଭଏସ ଟ୍ୱିଟ କରିଛନ୍ତି। ପ୍ରତି ବିଲ୍‌ରେ ଗୋଟିଏ ଲେଖାଏ ଚା’ କପ ବାବଦରୁ ଆଇଆରସିଟିସି ୭୦ ଟଙ୍କା ଲେଖାଏ ଚାର୍ଜ କରିଛି। ସେ ଲେଖିଛନ୍ତି, “୨୦ ଟଙ୍କିଆ ଚା’ ଉପରେ ୫୦ ଟଙ୍କାର ଜିଏସଟି। ଏହାକୁ ମିଶାଇଲେ ଗୋଟିଏ କପ୍‌ ଚା’ର ମୂଲ୍ୟ ୭୦ ଟଙ୍କା। ଏହା ଏକ ଅସାଧାରଣ ଲୁଟ ନୁହେଁ?”

ଏହି ବିଲ୍‌ ଭାଇରାଲ ହେବା ପରେ ଅନେକ ଲୋକ କହିଛନ୍ତି ଯେ ଜିଏସଟି ନୁହେଁ ସର୍ଭିସ ଚାର୍ଜ ବାବଦରେ ୫୦ ଟଙ୍କା ଯୋଡ଼ା ଯାଇଛି। ଭାରତୀୟ ରେଳବାଇ ମଧ୍ୟ ପୂରା ଘଟଣାରେ ସଫେଇ ଦେଇଛି। ରେଳବାଇ କହିଛି ଯେ ଗ୍ରାହକଙ୍କ ଠାରୁ କୌଣସି ପ୍ରକାରର ଅତିରିକ୍ତ ଟଙ୍କା ନିଆଯାଇନି। ୨୦୧୮ରେ ଭାରତୀୟ ରେଳବାଇ ପକ୍ଷରୁ ଗୋଟିଏ ସର୍କ୍ୟୁଲାର ଜାରି କରାଯାଇଥିଲା।

ଏଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ରାଜଧାନୀ ଓ ଶତାବ୍ବୀ ଭଳି ଟ୍ରେନରେ ଟିକେଟ ବୁକିଂ କରିବା ବେଳେ ଜଣେ ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ବୁକ କରିବାର ବିକଳ୍ପ ରହିଛି। ଯଦି ସେ ଏହି ବିକଳ୍ପକୁ ବ୍ୟବହାର କରିବେ ନାହିଁ ଓ ଟ୍ରେନ ଯାତ୍ରା ବେଳେ ଚା’, କଫି କିମ୍ବା ମିଲ୍ସ ମଗାଇବେ, ତା’ହେଲେ ତାଙ୍କୁ ଏଥିପାଇଁ ୫୦ ଟଙ୍କା ସର୍ଭିସ ଚାର୍ଜ ବାବଦରେ ଦେବାକୁ ପଡ଼ିବ। ତେଣୁ ସେହି ଆଧାରରେ ୫୦ ଟଙ୍କା ସର୍ଭିସ ଚାର୍ଜ ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story