ପାଟଣାଗଡ଼: ବିଭିନ୍ନ ସମସ୍ୟା ନେଇ ଆଦିବାସୀଙ୍କ ବେଲପଡ଼ା ତହସିଲ ଘେରାଉ

ପାଟଣାଗଡ଼: ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ କରାଯାଉନାହିଁ। ଫଳରେ ଗରିବ ଆଦିବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଏପରି କି ସାଧାରଣ ମୌଳିକ ସୁବିଧା କିଟିଏ ମଧ୍ୟ ମିଳୁନାହିଁ। ଏପରି ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ବେଲପଡ଼ା ତହସିଲକୁ ଶତାଧିକ ଆଦିବାସୀ ଘେରାଉ କରିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀମାନେ ବ୍ରଜକିଶୋର ସିଂଙ୍କ ନେତୃତ୍ୱରେ ତାରିଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ବେଲପଡ଼ା ତହସିଲ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସରକାରୀ ବିରୋଧୀ […]

patanagarh

patanagarh

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 10:29 AM IST

Sports

Latest News

ପାଟଣାଗଡ଼: ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ କରାଯାଉନାହିଁ। ଫଳରେ ଗରିବ ଆଦିବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଏପରି କି ସାଧାରଣ ମୌଳିକ ସୁବିଧା କିଟିଏ ମଧ୍ୟ ମିଳୁନାହିଁ। ଏପରି ଅଭିଯୋଗ ନେଇ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ବେଲପଡ଼ା ତହସିଲକୁ ଶତାଧିକ ଆଦିବାସୀ ଘେରାଉ କରିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଦିବାସୀମାନେ ବ୍ରଜକିଶୋର ସିଂଙ୍କ ନେତୃତ୍ୱରେ ତାରିଣୀ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ବେଲପଡ଼ା ତହସିଲ ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ।

ବେଲପଡ଼ା ବ୍ଲକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଜଳସେଚନ, ବେକାରୀ, ଦୁର୍ନୀତି, ଦାଦନ, ମରୁଡ଼ି, ଆଦିବାସୀଙ୍କ ସୁରକ୍ଷା, ଓ ମୌଳିକ ଅଧିକାର ପରି ସମସ୍ୟାର ସମାଧାନ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ମଳିତ ଏକ ଦାବିପତ୍ର ତହସିଲଦାର ଧିରେନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ଜିଲ୍ଲାପାଳଙ୍କ ପାଖକୁ ପଠାଇବା ସହ ସମସ୍ୟା ନେଇ ଆଲୋଚନା କରିବାକୁ ତହସିଲଦାର ପ୍ରତଶ୍ରୁତି ଦେବା ପରେ ଆଦିବାସୀମାନେ ବିକ୍ଷୋଭରୁ ଓହରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos