ପ୍ରାର୍ଥୀପତ୍ର ନାକଚକୁ ନେଇ ଜୟପୁର ବିକ୍ରମ ଦେବ କଲେଜରେ ଉତ୍ତେଜନା, ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀଙ୍କ ଧାରଣା

ଜୟପୁର: ପ୍ରାର୍ଥୀପତ୍ର ନାକଚକୁ ନେଇ ଆଜି ଜୟପୁର ବିକ୍ରମ ଦେବ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। କଲେଜରେ ଭାଇସ୍ ପ୍ରେସିଡେଣ୍ଟ ପଦ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ତେବେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି।