ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍‌ ବଜାର ମଲଟି ସିଲ୍ ହୋଇଛି। ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍ କରାଯାଇଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ଏହି ମଲ୍‌ଟିକୁ ବନ୍ଦ କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି ଏବେ ଅଣ୍ଟା ଭିଡ଼ିଛି। ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ ଜାମ ଲାଗିରହେ। ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ  ଯାଞ୍ଚ କରିବାକୁ ସ୍କ୍ଵାର୍ଡ ଗଠନ କରିବାକୁ ଭୁବନେଶ୍ଵର ମହାନଗର ନିଗମ(ବିଏମସି)କୁ ନିର୍ଦ୍ଦେଶ ଦେଇ ଥିଲେ। ଏମିତିକି ବିଭିନ୍ନ ମଣ୍ଡପ ଓ ମଲ୍‌ରେ ପାର୍କିଂ ବ୍ୟବସ୍ଥା ନଥିବାରୁ ତାରି ସାମ୍ନାରେ ଗାଡ଼ି ଛିଡ଼ା ହେଉଥିବାରୁ ରାସ୍ତା ଜାମ ହେଉଛି ଏବଂ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଯାତାୟତରେ ସମସ୍ୟା ହେଉଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।