ପ୍ରତିଷ୍ଠା ଦିବସ ପାଳିଲା ବିଜେପି

ଭୁବନେଶ୍ୱର: ବିଜେପି ଆଜି ତାର ପ୍ରତିଷ୍ଠା ଦିବସ ପାଳନ କରିଛି। ଦଳର ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ସେହିପରି ୨୫ଟି ସାଂଗଠନିକ ଜିଲ୍ଲାରେ ମଧ୍ୟ ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାଟଣାଗଡ଼ର […]

bjp

bjp

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 08:02 AM IST

Sports

Latest News

ଭୁବନେଶ୍ୱର: ବିଜେପି ଆଜି ତାର ପ୍ରତିଷ୍ଠା ଦିବସ ପାଳନ କରିଛି। ଦଳର ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ। ସେହିପରି ୨୫ଟି ସାଂଗଠନିକ ଜିଲ୍ଲାରେ ମଧ୍ୟ ଆଜି ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।

ପାଟଣାଗଡ଼ର ରାଜଖମାର ଠାରେ ଭାରତୀୟ ଜନତା ପାର୍ଟିର ୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ  ଯୋଗଦେଇ ଭାରତାମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ।  ଏହି ଉତ୍ସବରେ ଅଞ୍ଚଳର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

ଆସନ୍ତାକାଲିଠାରୁ  ବିଜେପି ଜନକଲ୍ୟାଣ ରଥଯାତ୍ରା  ଆରମ୍ଭ   ହେବ। । ଏହି ଯାତ୍ରା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ  ଏହି ଯାତ୍ରା ଆରମ୍ଭ କରାଯିବ। ୧୫ଟି ସାଂଗଠନିକ ଜିଲ୍ଲାକୁ ଏହି ଜନକଲ୍ୟାଣ ରଥଯାତ୍ରା କରାଯିବ। ୨୪ରେ ଏହି ଯାତ୍ରା କେନ୍ଦୁଝରଠାରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos