ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଜାମିନ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତ ଗିରଫ ହୋଇଛି। ପୁଲିସର ସ୍ୱତନ୍ତ୍ର ଡ୍ରାଇଭ ବେଳେ ଅଭିଯୁକ୍ତ ଅକ୍ଷୟ ଜେନାକୁ ଧରିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପୁଲିସ। ଏକ ଡକାୟତି ମାମଲାରେ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତକୁ ଗିରଫ କରି ପାରିଥିବାରୁ ପାଟକୁରା ପୁଲିସକୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି ଡିଜିପି ଅଭୟ।
ଡକାୟତ ସମୟରେ ଅଭିଯୁକ୍ତକୁ ୧୯ ବର୍ଷ ହୋଇଥିଲା। ଏବେ ତାକୁ ୫୬ ବର୍ଷ ହୋଇଛି। ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଥିବାରୁ ପାଟକୁରା ପୁଲିସକୁ ଡିଜିପି ପ୍ରଶଂସା କରିଥିବା ବେଳେ ଟ୍ୱିଟ୍ରରେ କିଛି ଲୋକ ଏହାକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସେମାନେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି।
୩୭ ବର୍ଷର ଡକାୟତି ଘଟଣାରେ ଆମ ପୋଲିସ କେତେ ତତ୍ପର???
ତାହା ପୁଣି ଜାମିନ ବିହୀନ ଗିରଫ ପରୱାନା ଘଟଣା ଦୀର୍ଘ ୩୭ ବର୍ଷର।
ଆମ ପୋଲିସ ବ୍ୟବସ୍ଥା ସତରେ କେତେ ଆଧୁନିକ???— Ranjan Kumar Sahoo ରଞ୍ଜନ କୁମାର ସାହୁ (@rsranjansahoo1) March 13, 2021
ଡିଜିପିଙ୍କ ଟ୍ୱିଟ୍ରେ କମେଣ୍ଟ ଦେଇ ରଞ୍ଜନ କୁମାର ସାହୁ ଲେଖିଛନ୍ତି, ୩୭ ବର୍ଷର ଡକାୟତି ଘଟଣାରେ ଆମ ପୁଲିସ କେତେ ତତ୍ପର??? ତାହା ପୁଣି ଜାମିନ ବିହୀନ ଗିରଫ ପରୱାନା ଘଟଣା ଦୀର୍ଘ ୩୭ ବର୍ଷର। ଆମ ପୁଲିସ ବ୍ୟବସ୍ଥା ସତରେ କେତେ ଆଧୁନିକ???
ସେହିପରି ବାବୁଲି ପାତ୍ର ପୁଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି। ଡିଜିପିଙ୍କ ଟ୍ୱିଟ୍ର କମେଣ୍ଟରେ ଶ୍ରୀ ଲେଖିଛନ୍ତି, ଓଲଟା ପୁଲିସକୁ କାରଣ ଦର୍ଶାଅ ନୋଟିସ ଜାରି କରିବା କଥା, ଏତେ ଦିନ ଧରି କିପରି NBW execute ହେଉ ନଥିଲା!
ଓଲଟା ପୁଲିସ କୁ କାରଣ ଦର୍ଶାଅ ନୋଟିସ ଜାରି କରିବା କଥା ଏତେ ଦିନ ଧରି କିପରି NBW execute ହେଉ ନଥିଲା!
— babulipatra (@advbabulipatra) March 13, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।