ପାଟଣାଗଡ଼: ଗଛରେ ବାଇକ୍‌ ପିଟି ହୋଇ ୩ ମୃତ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ହରିଶଙ୍କର ଛକ୍‌ରେ ଆଜି ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ୨ ଜଣଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ବରଗଡ଼ ଜିଲ୍ଲା ପାଇକମାଳ କେନ୍ଦୁଡ଼ର ଗାଁର ରାମେଶ୍ୱର ସାହୁ, ଦେବେନ୍ଦ୍ର ଏଡଜା ଓ ଅକ୍ଷୟ ଗହିର।

ଆଜି ଏହି ୩ ଜଣ ଯୁବକ ବାଇକ୍‌ରେ ହରିଶଙ୍କର ଯାଇଥିଲେ। ଫେରୁଥିବା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।