ଖୋଲିବ ପାର୍ସଲ ବୋମା ଗୁମର; ଆରମ୍ଭ ହେଲା ଏସ୍‌ଆଇଟିର ପଚରାଉଚରା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ। ଧରା ପଡ଼ିବା ମୃତ୍ୟୁ ଉପହାର ପଠାଇଥିବା ଜହ୍ଲାଦ। ଏହି ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ଆଜି ପାଟଣାଗଡ଼ର ମୃତ ସୌମ୍ୟଶେଖରଙ୍କ ଭୋଳାନାଥପଡ଼ା ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ବିସ୍ଫୋରଣ କେଉଁ ସମୟରେ, କେଉଁଠି ଓ କିଭଳି ହୋଇଥିଲା ତାହାର ଯାଞ୍ଚ ମଧ୍ୟ କରିଥିଲା। ଏହାପରେ ପାର୍ସଲ ଆଣି ପହଞ୍ଚାଇଥିବା ପାଟଣାଗଡ଼ର ସ୍କାଏକିଙ୍ଗ କୋରିୟର ଅଫିସ […]

parsal boma blast

parsal boma blast

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 10:12 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଗୁମର ଖୋଲିବ। ଧରା ପଡ଼ିବା ମୃତ୍ୟୁ ଉପହାର ପଠାଇଥିବା ଜହ୍ଲାଦ। ଏହି ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟିର ୪ ଜଣିଆ ଟିମ୍‌ ଆଜି ପାଟଣାଗଡ଼ର ମୃତ ସୌମ୍ୟଶେଖରଙ୍କ ଭୋଳାନାଥପଡ଼ା ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ବିସ୍ଫୋରଣ କେଉଁ ସମୟରେ, କେଉଁଠି ଓ କିଭଳି ହୋଇଥିଲା ତାହାର ଯାଞ୍ଚ ମଧ୍ୟ କରିଥିଲା। ଏହାପରେ ପାର୍ସଲ ଆଣି ପହଞ୍ଚାଇଥିବା ପାଟଣାଗଡ଼ର ସ୍କାଏକିଙ୍ଗ କୋରିୟର ଅଫିସ ଯାଇ ଖୋଳତାଡ଼ କରିଥିଲା। ସନ୍ଧ୍ୟାବେଳେ ଏସ୍‌ଆଇଟି ଟିମ୍‌ ପାଟଣାଗଡ଼ କେନ୍ଦୁଲିଫ୍‌ ଡାକବଙ୍ଗାରେ ସୌମ୍ୟଙ୍କ ବାପା ରବିନ୍ଦ୍ର ସାହୁ, ମାଆ ସଂଯୁକ୍ତା ଓ ସ୍କଏକିଙ୍ଗ କୋରିଆର ମାଲିକଙ୍କୁ ପଚରାଉଚରା କରିଛି। ମାତ୍ର କେଉଁ ବିଷୟରେ ସେମାନଙ୍କୁ ପଚରାଉଚରା କରାଯାଇଛି, ତାହା ଜଣାପଡ଼ିନାହିଁ।

ଗତକାଲି ସ୍ୱତନ୍ତ୍ର ଟିମ୍ ବଲାଙ୍ଗିରରେ ପହଞ୍ଚି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ପରେ ପାଟଣାଗଡ଼ ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ଏସ୍‌ଆଇଟି ଶୁକ୍ରବାର ଏସ୍‌ସିବିରେ ଆହତ ରୀମାଙ୍କୁ ମଧ୍ୟ ପଚରାଉଚରା କରିଥିଲା। ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ଏହା ଭିତରେ ମାସେ ପୂରିଥିବା ବେଳେ ଘଟଣାର ରହସ୍ୟ ଉନ୍ମୋଚନ କରିବାରେ ପୋଲିସ ଫେଲ ମାରିବାରୁ ଏବେ ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚର ଏସ୍‌ଆଇଟି ତଦନ୍ତ ଆରମ୍ଭ କରିଛି।

ଗତ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଉପହାର ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ରୀମାଙ୍କୁ ବଲାଙ୍ଗିର, ବୁର୍ଲା ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସୌମ୍ୟଙ୍କୁ ଖୋଜିଥିଲେ ରୀମା। ବିଭିନ୍ନ ବାହାନା ଦେଖାଇ ପରିବାର ଲୋକେ ରୀମାଙ୍କୁ ବୁଝାଇ ଦେଉଥିଲେ। ଦିନ ହଠାତ୍‌ ପେପର ପଢ଼ୁ ପଢ଼ୁ ଜାଣିବାକୁ ପାଇଲେ ସ୍ୱାମୀ ସୌମ୍ୟ ଆଉ ଦୁନିଆରେ ନାହାନ୍ତି। ଏଥିରେ ଖବର ପଢ଼ି ସେ ମର୍ମାହତ ହୋଇପଡ଼ି ଥିଲେ। ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ପାଇଁ କୋହଭରା କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos