ରାଜ୍ୟରେ ଆଳୁ ଦର ବେଲଗାମ: ପଟାଟୋ ମିଶନକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ଦିନକୁ ଦିନ ଆଳୁ ଦର ବଢିବାରେ ଲାଗିଛି। ବେଲଗାମ ଭାବେ ଦର ବଢ଼ି ଚାଲିଥିବା ବେଳେ ସରକାରଙ୍କ ପଟାଟୋ ମିଶନକୁ ନେଇ ପ୍ରଶ୍ନ ଉଠିଛି। ପଟାଟୋ ମିଶନ ପାଇଁ ୨୬୭ କୋଟି ୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲେ ବି ଶୀତଳ ଭଣ୍ଡାର ଅଭାବ ଓ ଆଳୁର ଅଭାବି ବିକ୍ରି ଯୋଗୁଁ ଏହି ମିଶନ ଫେଲ୍ ମାରିଥିବା ଅଭିଯୋଗ ହେଉଛି। ରାଜ୍ୟ ବିଜେପିର ଏକ ଟିମ୍‌ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେବା […]

potato

potato

Rakesh Mallick
  • Published: Wednesday, 09 March 2016
  • Updated: 10 March 2016, 04:17 AM IST

Sports

Latest News

ଭୁବନେଶ୍ୱର: ଦିନକୁ ଦିନ ଆଳୁ ଦର ବଢିବାରେ ଲାଗିଛି। ବେଲଗାମ ଭାବେ ଦର ବଢ଼ି ଚାଲିଥିବା ବେଳେ ସରକାରଙ୍କ ପଟାଟୋ ମିଶନକୁ ନେଇ ପ୍ରଶ୍ନ ଉଠିଛି। ପଟାଟୋ ମିଶନ ପାଇଁ ୨୬୭ କୋଟି ୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିଲେ ବି ଶୀତଳ ଭଣ୍ଡାର ଅଭାବ ଓ ଆଳୁର ଅଭାବି ବିକ୍ରି ଯୋଗୁଁ ଏହି ମିଶନ ଫେଲ୍ ମାରିଥିବା ଅଭିଯୋଗ ହେଉଛି। ରାଜ୍ୟ ବିଜେପିର ଏକ ଟିମ୍‌ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ଦେବା ସହ ଆଳୁଦର ବୃଦ୍ଧି ରୋକିବାକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

କୋରାପୁଟ ଜିଲ୍ଲାର ପାଣିପାଗ ଆଳୁ ଚାଷ ଲାଗି ବେଶ ଅନୁକୂଳ। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଏହି ଜିଲ୍ଲା ଉପରେ ଫୋକସ୍‌ କରିଛନ୍ତି। ଜିଲ୍ଲାରେ ଚଳିତବର୍ଷ ଭଲ ଚାଷ ମଧ୍ୟ ହୋଇଛି। ହେଲେ ଶୀତଳ ଭଣ୍ଡାରର ଅଭାବ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଆଳୁ ରଖିବାର ସୁବିଧା ନ ଥିବାରୁ ଚାଷୀ ବାଧ୍ୟ ହୋଇ କମ ଦାମରେ ବିକ୍ରି କରି ଦେଉଛନ୍ତି। କେବଳ କୋରାପୁଟ ନୁହେଁ, କନ୍ଧମାଳ ଓ ଜି. ଉଦୟଗିରିରେ ବି ଆଳୁଚାଷୀଙ୍କୁ ହତାଶ ହେବାକୁ ପଡୁଛି। ଏଠାରେ ଥିବା ଶୀତଳ ଭଣ୍ଡାର କାମ କରୁ ନ ଥିବାରୁ ଚାଷୀଙ୍କୁ ନାକେଦମ ହେବାକୁ ପଡୁଛି। ବରଗଡ଼ ଚାଷୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଥିବା ଅଭିଯୋଗ ହେଉଛି।

୨୦୧୫ରେ ୩୦ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ଆଳୁ ଉତ୍ପାଦନ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଯାହା ବି ଉତ୍ପାଦନ ହୋଇଛି ତାକୁ ରଖିବାକୁ ସରକାରଙ୍କ ପକ୍ଷରୁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯାଇ ନ ଥିବାରୁ ବାହାରକୁ ଚାଲି ଯାଉଛି।

କିଛିବର୍ଷ ହେବ ରାଜ୍ୟରେ ୩ରୁ ୪ ମାସ ରାଜ୍ୟରେ ଆଳୁ ଦର ଉଚ୍ଚା ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତବର୍ଷଠାରୁ ପଟାଟୋ ମିଶନ ଆରମ୍ଭ କରିଛନ୍ତି। ହେଲେ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ମିଶନ ଫେଲ ହେବାକୁ ଯାଉଛି। ରାଜ୍ୟରେ ମାତ୍ର ହାତଗଣତି କିଛି ଶୀତଳ ଭଣ୍ଡାର ରହିଛି। ହେଲେ ଏଥିରୁ ବହୁ ଶୀତଳ ଭଣ୍ଡାର କାମ କରୁନାହିଁ। ରାଜ୍ୟ ସରକାର ପଟାଟୋ ମିଶନ ଆରମ୍ଭ କରିବା ପୂର୍ବରୁ ଶୀତଳ ଭଣ୍ଡାର ନିର୍ମାଣ ପ୍ରତି ଦୃଷ୍ଟି ଦେଇଥିଲେ କିଛି ମାତ୍ରାରେ ଏହି ସମସ୍ୟାକୁ ପ୍ରତିହତ କରାଯାଇ ପାରିଥାଆନ୍ତା ବୋଲି ମତ ପ୍ରକାଶ ପାଉଛି।

ରାଜ୍ୟବାସୀ ଆଳୁର ଦର ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବେଳେ କୃଷିମନ୍ତ୍ରୀ ଏଥିପାଇଁ ପାଣିପାଗକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ସମବାୟ ମନ୍ତ୍ରୀ କିଛି କହିବାକୁ ମନା କରିଦେବା ସହ ସବୁ ଅବ୍ୟବସ୍ଥାକୁ କୃଷି ବିଭାଗ ଉପରକୁ ଫିଙ୍ଗି ଦେଇଛନ୍ତି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “କୃଷି ବିଭାଗ ଆଳୁ ମିଶନ କରିଥିଲା। କୃଷି ବିଭାଗ ପକ୍ଷରୁ ସବ୍‌ସିଡି ଘୋଷଣା କରାଯାଇଥିଲା। କେଉଁ ଜିଲ୍ଲାର କେତେ ଚାଷୀ ସବ୍‌ସିଡି ନେଲେ ତାର ଉତ୍ତର ତାଙ୍କ ପାଖରେ ଥିବ। ମୁଁ ସମବାୟ ବିଭାଗ ମନ୍ତ୍ରୀ, ମୋତେ ପଚାରିଲେ ମୁଁ କେମିତି କହି ପାରିବି।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ମିଶନ ରହିଛି, ଶୀତ କମିବା ପରେ ଉତ୍ପାଦନ କମିଛି। ପଶ୍ଚିମବଙ୍ଗରେ ମଧ୍ୟ ଉତ୍ପାଦନ କମିଛି। ଚାଷୀଙ୍କ ପାଖରୁ ଆଳୁ କିଣାଯାଇ ଶୀତଳଭଣ୍ଡାରରେ ରଖାଯିବ। ଆବଶ୍ୟକ ଆଳୁ ପଶ୍ଚିମବଙ୍ଗରୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story